ଭୁବନ: ଢେଙ୍କାନାଳ ଜିଲ୍ଲା ଭୁବନ ବନାଞ୍ଚଳରେ ୬ ଦିନ ହେଲା ପାଞ୍ଚଟି ହାତୀ ବୁଲୁଛନ୍ତି। ବନବିଭାଗ ପକ୍ଷରୁ ହାତୀପଲଙ୍କୁ ଫେରାଇବା ପାଇଁ ପ୍ରଚେଷ୍ଟା ହୋଇଥିଲେ ମଧ୍ୟ ସେମାନେ ବିଫଳ ହୋଇଛନ୍ତି। ଗତ ସୋମବରଠାରୁ ହାତୀପଲ ଭୁବନ ଆସିଥିବା ବେଳେ ଦ୍ୱିତୀୟ ଦିନ ଭୂଷଳ ତୃତୀୟ କିଙ୍ଗୋଳ କାଜୁ ଜଙ୍ଗଲରେ ଥିଲେ।
/sambad/media/post_attachments/wp-content/uploads/2022/10/bhub-1024x577.jpg)
ପରେ ହାତୀମାନେ ବାଲିଝାଟି ଦେହୁରୀ ସାହି, ମୁରୁଗା ଜଙ୍ଗଲରେ ରହିଥିଲେ। ଆଜି ଭୋରୁ ଭୋରୁ ହାତୀପଲ ତଳ ଗୋଡ଼ା ଗ୍ରାମର ରେଙ୍ଗାଲି କେନାଲରେ ଯାଉଥିବା ବେଳେ ଛୁଆ ହାତୀ କେନାଲରେ ପଡିଯାଇଥିଲା। ହାତୀପଲଙ୍କୁ ବନ କର୍ମଚାରୀ ଘଉଡ଼ାବାକୁ ନାକେଦମ ହୋଇଥିଲେ। ସେମାନେ ବହୁ ଧାନ ଜମି ନଷ୍ଟ କରିଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/10/Untitled-37.png)