ଯୋଡ଼ା : କେନ୍ଦୁଝର ଜିଲ୍ଲା ଚମ୍ପୁଆ ରେଞ୍ଜ ଅନ୍ତର୍ଗତ ନଈବୁଗା ସଂରକ୍ଷିତ ଜଙ୍ଗଲ ନିକଟବର୍ତ୍ତୀ ନିଧିଗୋଠ ଗ୍ରାମର ଏକ କୂଅରେ ଶନିବାର ଦିନ ଏକ ହାତୀଛୁଆ ଖସି ପଡ଼ିଥିଲା। ବନ ବିଭାଗ କର୍ମଚାରୀଙ୍କ ଉଦ୍ୟମରେ ହାତୀଟିକୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି।

Advertisment

publive-image

ବନ ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଶନିବାର ଦିନବେଳା ୧୦ଟି ହାତୀ ସ୍ଥାନୀୟ ଅଞ୍ଚଳରେ ବୁଲୁଥିଲେ। ହାତୀପଲରେ ଥିବା ବର୍ଷକର ଛୁଆହାତୀ ଜଣେ ବ୍ୟକ୍ତିଙ୍କ ବାଡ଼ିରେ ଥିବା କୂଅରେ ଅପରାହ୍‌ଣ ସାଢ଼େ ୨ଟାବେଳେ ଖସି ପଡ଼ିଥିଲା। ଖବର ପାଇ ଚମ୍ପୁଆ ରେଞ୍ଜର ସଞ୍ଜୀବ ରାଉତ, ଯୋଡ଼ା ବନପାଳ ଅନିରୁଦ୍ଧ ପଣ୍ତା ଓ ବନ କର୍ମଚାରୀମାନେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। କୂଅକୁ ପ୍ରଥମେ ଜେସିବି ମେସିନ ଦ୍ବାରା କଟାଯାଇ ସେଥିରେ ପାଣି ଭର୍ତ୍ତି କରାଯାଇଥିଲା। କୂଅରେ ପାଣି ଭର୍ତ୍ତି ହେବା ପରେ ହାତୀଛୁଆଟି ଉପରକୁ ଉଠି ଆସିଥିଲା। ହାତୀଟି ସୁରକ୍ଷିତ ଭାବେ ଉଦ୍ଧାର ହୋଇଥିବା ଯୋଡ଼ା ବନପାଳ ଶ୍ରୀ ପଣ୍ତା କହିଛନ୍ତି।