ନାକଟିଦେଉଳ : ମୃତ ମାଈ ହାତୀର ଛୁଆକୁ ସ୍ଥାନାନ୍ତର କରାଯିବ। ସ୍ଥାନୀୟ ହିରନ ଗ୍ରାମ ପାଖରେ ଏକ ମାସରୁ ଅଧିକ ଦିନ ଧରି ଏକ ମାଈ ହାତୀ ଓ ତାର ୪ ମାସର ଛୁଆ ରହୁଥିଲେ। ବନ ବିଭାଗ ତରଫରୁ ହାତୀର ଚିକିତ୍ସା କରାଯାଉଥିବା ବେଳେ ଗତ ରବିବାର ଉକ୍ତ ହାତୀଟି ଆଖି ବୁଜିଥିଲା। ଛୁଆ ହାତୀକୁ ରବିବାର ରାତିରେ ଏକ ପିକଅପ୍ ଭ୍ୟାନରେ କିସିଣ୍ତା ସ୍ଥିତ ଖଳାଶୁଣୀ ରେଞ୍ଜ ଅଫିସକୁ ଅଣାଯାଇ ଯତ୍ନ ନିଆଯାଉଛି। ହାତୀଛୁଆ ସମ୍ପୂର୍ଣ୍ଣ ସୁସ୍ଥ ଥିବା ଏବଂ ଦିନେ ଦୁଇ ଦିନ ମଧ୍ୟରେ କପିଳାସ କିମ୍ବା ନନ୍ଦନକାନନକୁ ସ୍ଥାନାନ୍ତର କରାଯିବ ବୋଲି ଖଳାଶୁଣୀ ରେଞ୍ଜର ପ୍ରକାଶ କରିଛନ୍ତି।
ସ୍ଥାନାନ୍ତର ହେବ ମାତୃହରା ହାତୀ ଶାବକ
/sambad/media/post_attachments/wp-content/uploads/2019/05/baby-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)