ବାତ୍ୟାର ତାଣ୍ଡବ ମଧ୍ୟରେ ହସପିଟାଲରେ ଜନ୍ମ ନେଲା ‘ଫନି’

ଭୁବନେଶ୍ୱର : ଅତି ଭୀଷଣ ସାମୁଦ୍ରିକ ବାତ୍ୟା ଫନି ଆଜି ଦିନ ୧୦ ଘଣ୍ଟା ସମୟରେ ପୁରୀ ନିକଟରେ ସ୍ଥଳଭାଗ ଛୁଇଁଛି ବା ଲାଣ୍ଡଫଲ କରିଛି । ଆଜି ସକାଳ ୮ଟା ସମୟରେ ଫନିର ଲାଣ୍ଡଫଲ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ଦିନ ପ୍ରାୟ ୧୦ଟା ସମୟରେ ଫନିର ଆଖି ସ୍ଥଳଭାଗ ଛୁଇଁଥିଲା । ଏହାର ପ୍ରଭାବରେ ପୁରୀ ସମେତ ଖୋର୍ଦ୍ଧା,ଜଗତସିପୁର, କେନ୍ଦ୍ରାପଡା ଆଦି ଜିଲ୍ଲାରେ ପବନ ଓ ବର୍ଷାର ତାଣ୍ଡବ ଦେଖାଦେଇଛି ।

ରାଜଧାନୀ ଭୁବନେଶ୍ୱରରେ ଘଣ୍ଟାପ୍ରତି ପ୍ରାୟ ୧୭୦ କିଲୋମିଟର ବେଗରେ ପବନ ବୋହୁଥିବା ଡପଲର ରାଡାର ରିପୋର୍ଟରୁ ଜଣାପଡିଛି । କିନ୍ତୁ ଏହି ବାତ୍ୟାର ତାଣ୍ଡବ ମଧ୍ୟରେ ଏକ ଖୁସି ଖବର ମିଳିଛି । ଭୁବନେଶ୍ୱରରେ ଥିବା ମଞ୍ଚେଶ୍ୱର ରେଳବାଇ ହସପିଟାଲରେ ଏକ ଶିଶୁ କନ୍ୟା ଜନ୍ମ ନେଇଛି । ତାକୁ ‘ଫନି’ ଡକାଯାଉଛି । ସେ ଦିନ ୧୧ଟା ୩ ମିନିଟ ସମୟରେ ଜନ୍ମ ନେଇଥିଲା । ମା ଓ ଶିଶୁକନ୍ୟା ସୁସ୍ଥ ଥିବା ଜଣାଯାଇଛି ।

ସମ୍ବନ୍ଧିତ ଖବର