ନବରଙ୍ଗପୁର : ସ୍ଥାନୀୟ ଖ୍ରୀଷ୍ଟିଆନ ମେଡିକାଲରେ ଆଜି ଏକ ଅଦ୍ଭୁତ ଶିଶୁ କନ୍ୟା ଜନ୍ମ ହୋଇଛି। ତେନ୍ତୁଳିଖୁଣ୍ଟି ବ୍ଲକ କନେଇମୁଣ୍ଡା ଗ୍ରାମର ପୁଷ୍କାଞ୍ଜଳୀ ଭଇସାଙ୍କ ଆଜି ଭୋରୁ ଏକ ଶିଶୁ କନ୍ୟା ଜନ୍ମ ହୋଇଥିଲା। ଜନ୍ମିତ ଶିଶୁ କନ୍ୟାର ମସ୍ତିଷ୍କ ନଥିବା ବେଳେ ମୁଣ୍ଡରେ ଏକ ମାଂସ ପିଣ୍ଡୁଳା ରହିଛି। ଗୋଟିଏ ନାକ ଉପର ଭାଗକୁ ରହିଥିବା ବେଳେ ଏକ ବଡପାଟି ରହିଛି। ଶିଶୁଟି ଜନ୍ମ ହେବା ବେଳକୁ ୧୫୭୦ ଗ୍ରାମ ଥିଲା। ଶିଶୁ କନ୍ୟାର ଶ୍ବାସ କ୍ରିୟାପ୍ରକ୍ରିୟା ସ୍ବାଭାବିକ ରହିଥିଲା। ଶିଶୁଟି ମେଡିକାଲରୁ ଡିସଚାର୍ଜ ପର୍ଯ୍ୟନ୍ତ ସ୍ବାଭାବିକ ରହିଥିଲା। ଶିଶୁଟି ଏନଏନକେଫାଲିସ ରୋଗରେ ଆକ୍ରାନ୍ତ ବୋଲି ଜଣାପଡିଛି। ସାଧାରଣତଃ ଗର୍ଭବତୀ ମା ଆବଶ୍ୟକ ଫଲିକ ଏସିଡି ଓ ଆଇରନ ବଟିକା ନଖାଇବା ଦ୍ବାରା ଏଭଳି ଶିଶୁ ଜନ୍ମ ହୋଇଥାଏ ବୋଲି ଡାକ୍ତରଙ୍କ ସୂତ୍ରରୁ ଜଣାପଡିଛି। ଶିଶୁ କନ୍ୟାର ଅଧିକ ଚିକିତ୍ସା ଆବଶ୍ୟକ ରହିଥିବାରୁ ନବରଙ୍ଗପୁର ସରକାରୀ ମେଡିକାଲରେ ଥିବା ଏସଏନସିୟୁକୁ ରେଫର କରାଯାଇଥିବା ବେଳେ ଶିଶୁକୁ ତା’ ବାପା ଓ ମା ମେଡିକାଲରୁ ନନେଇ ଘରକୁ ଫେରିଯାଇଥିବା ଜଣାଯାଇଛି ।
ଅଦ୍ଭୁତ ଶିଶୁ କନ୍ୟା ଜନ୍ମ
/sambad/media/post_attachments/wp-content/uploads/2018/11/baby.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)