ରତ୍ନଗିରି: ବରୀ ବ୍ଲକ ରତ୍ନଗିରି ପଞ୍ଚାୟତ ରାଉତସାହି ଗ୍ରାମର ଖଗେଶ୍ବର ଦଳାଇଙ୍କ ୮ବର୍ଷର ଶିଶୁକନ୍ୟା ଲକ୍ଷ୍ମୀପ୍ରିୟା ଦଳାଇଙ୍କର ନଦୀରେ ବୁଡ଼ି ମୃତ୍ୟୁ ହୋଇଛି। ଆଜି ପରିବାର ସଦସ୍ୟଙ୍କ ଅଲକ୍ଷ୍ୟରେ ଘର ନିକଟରେ ଥିବା କେଲୁଅନଦୀକୁ ସେ ଗାଧେଇବାକୁ ଯାଇଥିଲା। ଦିନ ୧୨ଟା ପର୍ଯ୍ୟନ୍ତ ଘରକୁ ନଫେରିବାରୁ ଘରଲୋକେ ଖୋଜିଥିଲେ।
ନଦୀପଠାରେ ଚପଲ ଥିବା ଦେଖି ନଦୀରେ ଖୋଜାଖୋଜି କରିବାରୁ ଝିଅର ମୃତଦେହ ମିଳିଥିଲା। ସଙ୍ଗେସଙ୍ଗେ ବରୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲେ ବି ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଲକ୍ଷ୍ମୀପ୍ରିୟା ରାଉତସାହି ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ତୃତୀୟ ଶ୍ରେଣୀର ଛାତ୍ରୀ ଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/01/dead-sisat-1.jpg)