ରାଉରକେଲା: ଲହୁଣୀପଡା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର (ସିଏଚ୍ସି)ରୁ ଆଜି ଏକ ଶିଶୁ କନ୍ୟା ଉଦ୍ଧାର ହୋଇଛି। ଏ ସମ୍ପର୍କରେ ସିଏଚ୍ସି୍ ଅଧୀକ୍ଷକ ସୁନ୍ଦରଗଡ ଜିଲ୍ଲାପାଳ ନିଖିଳ ପବନ କଲ୍ୟାଣ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ସରୋଜ ମିଶ୍ର, ଜିଲ୍ଲା ଶିଶୁ ସୁରୀକ୍ଷା ଅଧିକାରୀଙ୍କୁ ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ମିଶ୍ରଙ୍କ ନିର୍ଦ୍ଦେଶକ୍ରମେ ଶିଶୁ କନ୍ୟାଟିକୁ ସ୍ବାସ୍ଥ୍ୟକେନ୍ଦ୍ରର ନର୍ସ ଉର୍ମିଳା ଟପ୍ପୋଙ୍କ ତତ୍ବାବଧାନରେ ରଖାଯାଇଛି। ସେ ଶିଶୁ କନ୍ୟାଟିର ସେବା ଶୁଶ୍ରୁସା କରୁଛନ୍ତି। ଆସନ୍ତାକାଲି (ଶୁକ୍ରବାର) ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚିବା ପରେ ଶିଶୁ କନ୍ୟାକୁ ଚାଇଲ୍ଡ ଲାଇନ୍ରେ ଛାଡି ଦିଆଯିବ ବୋଲି ଜଣାପଡିଛି। ମିଳିଥିବା ସୂଚନା ମୁତାବକ ଗତ ଫେବୃୟାରୀ ୨୦ରେ ଜଣେ ଗର୍ଭବତୀ ଯୁବତୀ ଲହୁଣୀପଡା ସିଏଚ୍ସିରେ ଭର୍ତ୍ତି ହୋଇଥିଲେ। ଭର୍ତ୍ତି ହେବାର ଦିନକ ପରେ ଶିଶୁ କନ୍ୟାକୁ ଜନ୍ମ ଦେଇଥିଲେ। ପରେ ଲୋକ ଲଜ୍ୟାରେ ଶିଶୁକନ୍ୟାକୁ ସ୍ବାସ୍ଥ୍ୟକେନ୍ଦ୍ରରୁ ଛାଡି ଦେଇ ଚାଲି ଯାଇଥିଲେ। ୩/୪ ଦିନ ପର୍ଯ୍ୟନ୍ତ ଶିଶୁକନ୍ୟାଟି ସ୍ବାସ୍ଥ୍ୟକେନ୍ଦ୍ରରେ ଥିଲେ ମଧ୍ୟ ଆସି ନଥିଲେ। ପରବର୍ତ୍ତୀ ସମୟରେ ସିଏଚ୍ସିର କାର୍ଯ୍ୟରତ ଜଣେ ନର୍ସ ଶିଶୁକନ୍ୟାଟିକୁ ନିଜ ଘରେ ନେଇ ରଖିଥିଲେ। ସରକାରୀ ନିୟମ ଅନୁଯାୟୀ ଶିଶୁକନ୍ୟାଟିକୁ ନର୍ସ ଜଣକ ନେଇ ନଥିବାରୁ ସ୍ଥାନୀୟ ଅଞ୍ଚଳର କେହି ଜଣେ ଆଜି ଶିଶୁ ସୁରକ୍ଷା ଅଧିକାରୀଙ୍କୁ ଘଟଣା ସମ୍ପର୍କରେ ଜଣାଇଥିଲେ। ଘଟଣା ପ୍ରଘଟ ହେବା ପରେ ସିଏଚ୍ସିର ଅଧୀକ୍ଷକଙ୍କ ଶିଶୁ କନ୍ୟାଟିକୁ ନର୍ସଙ୍କ ଘରୁ ଆଣି ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ଏ ସଂକ୍ରାନ୍ତରେ ଜିଲ୍ଲାପାଳ, ସିଡିଏମ୍ଓ ଓ ଶିଶୁ ସୁରକ୍ଷା ଅଧିକାରୀଙ୍କୁ ଅବଗତ କରାଇଥିଲେ।
ଲହୁଣୀପଡା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରୁ ଶିଶୁକନ୍ୟା ଉଦ୍ଧାର
/sambad/media/post_attachments/wp-content/uploads/2020/04/0eedb911-b44a-43d5-a338-0311e6ec8ce3.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)