ରାସ୍ତାକଡ଼ ବୁଦାମୂଳରୁ ନବଜାତ ଶିଶୁପୁତ୍ର ଉଦ୍ଧାର

କେନ୍ଦୁଝର: କେନ୍ଦୁଝର ସହରରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ପ୍ରାପ୍ତ ସୂଚନା ଅନୁଯାୟୀ, କେନ୍ଦୁଝର ଟାଉନ ଥାନା ସିଲୁଆଁ ଛକ ନିକଟରେ କେହି ଜଣେ ଏକ ସଦ୍ୟ ନବଜାତ ଶିଶୁ ପୁତ୍ରକୁ ଫିଙ୍ଗି ଦେଇଥିବାର ଦେଖିବାକୁ ମିଳିଛି । ସକାଳୁ ପ୍ରାତଃ ଭ୍ରମଣରେ ଚାଲୁଥିବା ଲୋକମାନେ ଛୁଆଟିର କାନ୍ଦ ଶୁଣି ପାଖକୁ ଯାଇ ଦେଖିଥିଲେ ।

ପରେ ସ୍ଥାନୀୟ ଆଶା ଦିଦିଙ୍କ ସହ ଚାଇଲଡ଼ ଲାଇନକୁ ଖବର ଦେଇଥିଲେ । ପ୍ରଥମେ ଆଶା ଦିଦି ସେଠାରେ ପହଞ୍ଚି ଶିଶୁପୁତ୍ରଟିକୁ ଉଦ୍ଧାର କରି  କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ । ରାତିସାରା ଖୋଲାରେ ପଡ଼ିଥିବା ହେତୁ ଶିଶୁର ପାଟି ଓ ଆଖି ପାଖରେ ପିମ୍ପୁଡ଼ି କାମୁଡ଼ି ଥିବା ଦେଖିବାକୁ ମିଳିଥିଲା ।

ଏବେ ଶିଶୁର ଦେହ ଭଲ ଥିବା କୁହାଯାଉଛି।ଏହି ଘଟଣା ଏବେ କେନ୍ଦୁଝର ସହରରେ ଚର୍ଚ୍ଚାର ବିଷୟ ହୋଇଛି। ତେବେ କିଏ ଏହି ଶିଶୁ ପୁତ୍ରକୁ ଫିଙ୍ଗି ଦେଇଥିଲେ ତାହାକୁ ନେଇ ଖୋଳତାଡ଼ ଆରମ୍ଭ ହୋଇଥିବାର ଖବର ମିଳିଛି।

ସମ୍ବନ୍ଧିତ ଖବର