ରଣପୁର: ନୟାଗଡ଼ ଜିଲ୍ଲାରୁ ପୁଣି ଜଣେ ଶିଶୁକନ୍ୟା ନିଖୋଜ ହୋଇଥିବାର ଅଭିଯୋଗ ହୋଇଛି। ଏନେଇ ଥାନାରେ ଏତଲା ବି ଦିଆଯାଇଛି।ମିଳିଥିବା ସୂଚନା ଅନୁଯାୟୀ, ନୟାଗଡ଼ ଜିଲ୍ଲାର ରଣପୁର ବ୍ଲକ୍ ଅନ୍ତର୍ଗତ ଦଧିପାଟଣା ଗାଁର ସଞ୍ଜୟ କୁମାର ସାହୁଙ୍କ ତିନି ବର୍ଷର ଝିଅ ହରପ୍ରିୟା ଦାଣ୍ଡରେ ଖେଳୁଥିବା ବେଳେ ନିଖୋଜ ହୋଇଛି। ଏନେଇ ସୁନାଖଳା ଫାଣ୍ଡିରେ ଗତକାଲି ଏତଲା ଦେଇଥିଲେ।
ସଞ୍ଜୟ କୁମାର ସାହୁଙ୍କ ଅଭିଯୋଗ ଅନୁଯାୟୀ, ଗତକାଲି ଅପରାହ୍ନ ୨ଟା ବେଳେ ହରପ୍ରିୟା ଦାଣ୍ଡରେ ଖେଳୁଥିବା ବେଳେ ନିଖୋଜ ହୋଇଛି। ଅଭିଯୋଗ ମିଳିବା ପରେ ପୁଲିସ୍, ଅଗ୍ନିଶମ ବାହିନୀ ଏବଂ ଓଡ୍ରାଫ୍ଟ ଟିମ୍ ଗାଁରେ ଥିବା ତିନିଟି ପୋଖରୀ ଓ ନିକଟସ୍ଥ ଜଙ୍ଗଲ ଖୋଜାଖୋଜି କରିଥିଲେ। ମାତ୍ର କେଉଁଠାରେ ହରପ୍ରିୟାଙ୍କ ପତ୍ତା ମିଳି ନଥିବା ଜଣାଯାଇଛି। ଏବେ ରଣପୁର ଥାନା ଆଇଆଇସି ଜ୍ୟୋତି ପ୍ରକାଶ ପଣ୍ଡା ଦଧିପାଟଣା ଗାଁରେ ଡେରା ପକାଇଛନ୍ତି।
ସୂଚନାଯୋଗ୍ୟ, ନୟାଗଡ଼ ଜିଲ୍ଲାର ଶିଶୁକନ୍ୟା ପରୀ ହତ୍ୟାକାଣ୍ଡ ଘଟଣାଏବେ ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/12/Another-Child-Missing_Thumbnail-2.jpg)