ଭୁବନେଶ୍ବର : ସୋମବାର ବିଧାନସଭା ସମ୍ମିଳନୀ କକ୍ଷରେ ଆୟୋଜିତ ଏକ ଦୁଇ ଦିନିଆ ଜାତୀୟ ଇ-ବିଧାନ ପ୍ରୟୋଗ କର୍ମଶାଳାକୁ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଉଦଘାଟନ କରିଛନ୍ତି। କର୍ମଶାଳା ଉଦଘାଟନ କରି ଶ୍ରୀ ପାତ୍ର କହିଥିଲେ ଯେ, ଆସନ୍ତା ବଜେଟ୍ ଅଧିବେଶନରେ ଗୃହ କାର୍ଯ୍ୟର ବିବରଣୀ, ମାନ୍ୟବର ରାଜ୍ୟପାଳଙ୍କ ଅଭିଭାଷଣ, ରାଜ୍ୟ ବଜେଟ୍, ଅର୍ଥନୈତିକ ସର୍ବେକ୍ଷଣ ଆଦି ଜାତୀୟ ଇ-ବିଧାନ ଆପ୍ଲିକେସନ୍ ଜରିଆରେ କରାଯିବ। ଏଥିପାଇଁ ଡିଜିଟାଲ୍ ବ୍ୟବସ୍ଥାକୁ ଅଧିକ ସୁବ୍ୟବସ୍ଥିତ କରାଯାଉଛି। ଏହି ବ୍ୟବସ୍ଥାରେ ସମସ୍ତ ତାରକା ଚିହ୍ନିତ, ଅଣତାରକା ଚିହ୍ନିତ ପ୍ରଶ୍ନୋତ୍ତର ମଧ୍ୟ ଉପସ୍ଥାପିତ ହେବ। ଏହି କାର୍ଯ୍ୟକ୍ରମରେ ବିଧାନସଭା ସଚିବ ଦାଶରଥୀ ଶତପଥୀ, ଯୁଗ୍ମ ସଚିବ ଦେବାନନ୍ଦ ଦୋରା, ଓକାକ୍ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ମନୋଜ କୁମାର ପଟ୍ଟନାୟକ, ଜେନେରାଲ୍ ମ୍ୟାନେଜର ମଧୁମିତା ରଥ, ବରିଷ୍ଠ ବୈଷୟିକ ପରାମର୍ଶଦାତା ମନୋଜ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ।
ଜାତୀୟ ଇ-ବିଧାନ ପ୍ରୟୋଗ କର୍ମଶାଳାକୁ ଉଦଘାଟନ କଲେ ବାଚସ୍ପତି
/sambad/media/post_attachments/wp-content/uploads/2020/10/odisha-assembly-odishaassembly.nic_.in_-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)