ଭୁବନେଶ୍ବର : ଓଡ଼ିଶା ବିଧାନସଭା ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ହାଇଦ୍ରାବାଦ ଗସ୍ତରେ ଯାଇ ରବିବାର ଦିନ କେ ଲାଚ୍ଛାମାୟା ଡିମ୍ଡ୍ ବିଶ୍ବବିଦ୍ୟାଳୟର ଡିଜିଟାଲ୍ ରୂପାନ୍ତରୀକରଣ ସେଲ୍ର ଉଦ୍ଘାଟନ କରିଛନ୍ତି। ବିଶ୍ବବିଦ୍ୟାଳୟ ପରିସରରେ ଉନ୍ନତ ମାନର ଶିକ୍ଷା ବ୍ୟବସ୍ଥା, ଶୈକ୍ଷିକ ପରିବେଶ, ବ୍ୟକ୍ତିତ୍ବ ବିକାଶର ତାଲିମ ଇତ୍ୟାଦି ସମ୍ପର୍କରେ ସେ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଥିଲେ। ବୈଷୟିକ ଶିକ୍ଷା ଉପରେ ବାଚସ୍ପତି ଗୁରୁତ୍ବାରୋପ କରିବା ସହ ଗୁଣାତ୍ମକ ଶିକ୍ଷାର ଆବଶ୍ୟକତା ଉପରେ ଆଲୋଚନା କରିଥିଲେ। ବିଶ୍ବବିଦ୍ୟାଳୟର କୁଳପତି ଜି ପାର୍ଥସାରଥୀ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ଅବସରରେ ସେଠାରେ ଅଧ୍ୟୟନରତ ଓଡ଼ିଆ ଛାତ୍ରଛାତ୍ରୀଙ୍କ ସହ ବାଚସ୍ପତି ଭାବ ବିନିମୟ କରିଥିଲେ। କେ ଲାଚ୍ଛାମାୟା ଡିମ୍ଡ୍ ବିଶ୍ବବିଦ୍ୟାଳୟ ସମେତ ହାଇଦ୍ରାବାଦର ଅନ୍ୟ ଶିକ୍ଷାନୁଷ୍ଠାନରେ ଅଧ୍ୟୟନରତ ଓଡ଼ିଆ ଛାତ୍ରଛାତ୍ରୀ ଏଥିରେ ସାମିଲ ହୋଇଥିଲେ।
ହାଇଦ୍ରାବାଦରେ ଓଡ଼ିଆ ଛାତ୍ରଛାତ୍ରୀଙ୍କ ସହ ବାଚସ୍ପତିଙ୍କ ଭାବବିନିମୟ
/sambad/media/post_attachments/wp-content/uploads/2021/11/Untitled-13.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)