କୋରାପୁଟ: କୋରାପୁଟ ଓ ଜୟପୁର ସହର ସାରା ସିସିଟିଭି ଲାଗିଛି। ହେଲେ କାମ କରୁନି। ଖାଲି ତୁଛାରେ ଖୁଣ୍ଟରେ ଝୁଲୁଛି। କେଉଁଠି କାମ କରୁଛି ସେଠାରେ ପିକ୍ଚର ଆସୁ ନ ଥିବାବେଳେ ଯେଉଁଠି ଭଲ ଭାବେ କାମ କରୁଛି ସେଠାରେ ପିକ୍ଚର କ୍ବାଲିଟି ପୁରା ଖରାପ ହୋଇଯାଉଥିବା ଦେଖିବାକୁ ମିଳିଛି। ଏହାର ସୁଯୋଗ ନେଇ ମାତିଛନ୍ତି ଅପରାଧୀ। କୋରାପୁଟ ଓ ଜୟପୁରରେ ଦିନକୁ ଦିନ ଚୋରୀ, ଲୁଟ, ରାହାଜାନୀ ସହ ଅନ୍ୟ ଅପରାଧ ବଢି ବଢି ଚାଲିଛି। କୋରାପୁଟରେ ଲୁଟପାଟ, ମଦ୍ୟପ ଓ ଅପରାଧୀକ କାର୍ଯ୍ୟକଳାପ ବୃଦ୍ଧି ପାଉଥିଲାବେଳେ ପୁଲିସକୁ ଏହାର ସୁରାକ ଖୋଜିବା ପାଇଁ କାଠିକର ପାଠ ହେଉଛି। ନିକଟରେ ବଗେଇପଦର ହତ୍ୟାକାଣ୍ଡର ପୁଲିସ ଏହି ସିସିସିଭିକୁ ଧରି ୨୧ ଦିନ ପରେ ସମାଧାନ କରିଥିବାବେଳେ କୋରାପୁଟ ଓ ଜୟପୁରରେ ଏହି ସିସିଟିଭିକୁ ମରାମତି କରିବାକୁ ଦାବି ହୋଇଛି।
କୋରାପୁଟ ଓ ଜୟପୁର ସହରରେ ଆଇନ୍ଶୃଙ୍ଖଳା ବ୍ୟବସ୍ଥାକୁ ସଜାଡିବା ଓ ଅପରାଧ ନିୟନ୍ତ୍ରଣ କରିବା ପାଇଁ ସିସିଟିଭି କ୍ୟାମେରା ଲଗାଯାଇଛି। କୋରାପୁଟ ସହରରେ ପ୍ରଥମ ପର୍ଯ୍ୟାୟରେ ସହରର ୬ଟି ସ୍ଥାନରେ ପ୍ରାୟ ୨୮ଟି କ୍ୟାମେରା ଲାଗିଛି। ସେହିପରି ଜୟପୁରସହରରେ ତିନିଟି ପର୍ଯ୍ୟାୟରେ ୮୫ଟି ସିସିଟିଭି ଇନଷ୍ଟା କରାଯାଇଛି। କୋରାପୁଟ ସହରର ରାୟଗଡା ଛକ, ଏସ୍ପି କାର୍ଯ୍ୟାଳୟ ସମ୍ମୁଖ ଛକ, ବସ୍ଷ୍ଟାଣ୍ତ, ଜଗନ୍ନାଥ ମନ୍ଦିର ଛକ ଏବ˚ ମ୍ୟୁନିସିପାଲିଟି ଛକରେ କ୍ୟାମେରା ଲାଗିଛି। କିନ୍ତୁ କୋରାପୁଟ ସହରକୁ ପ୍ରବେଶ କରୁଥିବା ୪ଟି ଛକରେ ସିସିଟିଭି ଲାଗିଛି। ହେଲେ ଏକାଧିକ ସ୍ଥାନ ଏବେ ବି ସିସିଟିଭି ଲାଗିବାକୁ ବାକି ରହିଛି। ଏହି ବାଟ ଦେଇ ଅପରାଧି ଅପରାଧିକ କାର୍ଯ୍ୟକଳାପ କରି ଚମ୍ପଟ ମରୁଥିବା ଜଣାପଡିଛି। ଏହାକୁ ଦୃଷ୍ଟିରେ ରଖି କୋରାପୁଟ ପୁଲିସ କୋରାପୁଟ ସହରର ୪ଟି ପ୍ରବେଶଦ୍ବାରା ଯେପରି ଚିନ୍ଦିରି ରୋଡ, ବୋରିଗୁମ୍ମା ରୋଡ, ମେଡିକାଲ କଲେଜ ରୋଡ, ଜୟପୁର ରୋଡ ଓ ସୁନାବେଢା ରୋଡ ଇତ୍ୟାଦି ସ୍ଥାନରେ ଲଗାଯିବାକୁ ଦାବି ହୋଇଛି। ତତ୍କାଳୀନ ଏସପି ମୁଖେଶ ଭାମୁଙ୍କ ସମୟରେ ବରଗଡ ପଟୁ ଏକ ଠିକା ସଂସ୍ଥା କୋରାପୁଟ, ଜୟପୁର, ସୁନାବେଡା, ସେମିଳିଗୁଡା ଓ କୋଟପାଡ ସହରରେ ସିସିଟିଭି ଲଗାଯାଇଥିଲା।
ଏହି କ୍ୟାମରୋଗୁଡିକରେ ଲୋକଙ୍କ ଗତିବିଧି ଲକ୍ଷ୍ୟ କରିବା ପାଇଁ କୋରାପୁଟ ଟାଉନ ଥାନାରେ ରହିଥିଲା ନିୟନ୍ତ୍ରଣ କକ୍ଷ। ପ୍ରଥମ କେତେଦିନ ପୁଲିସକୁ ବିଭିନ୍ନ ମାମଲାରେ ଏହି କ୍ୟାମେରା ବେଶ ସହାୟକ ହେଲା। ଟ୍ରାଫିକ ନିୟନ୍ତ୍ରଣ ଓ ଅପରାଧୀ ଚିହ୍ନଟ କ୍ଷେତ୍ରରେ ଏହା ସାହାଯ୍ୟ କଲା। ଫଳରେ ପୁଲିସ ପ୍ରଶାସନ ଉତ୍ସାହିତ ହୋଇ ପଡିଥିଲେ। ବସଷ୍ଟାଣ୍ଡ ପରି ସ୍ଥାନରେ ଛୋଟମୋଟ ଅପରାଧ କ୍ୟାମେରା ଲେନସରେ ଧରାପଡି ଯାଉଥିଲା। ଫଳରେ ଚୋରି, ପକେଟମାର ଆଦି କମିଗଲା। କ୍ୟାମେରା ସବୁ ଅଚଳ ହୋଇ ପଡିଥିଲାବେଳେ ଏହା ଅପରାଧୀଙ୍କୁ ସୁହାଉଛି। କିଛି ଦିନ ହେଲାଣି ସହରରେ ଅପରାଧ ବୃଦ୍ଧି ପାଇଛି। ବିଶେଷକରି ଚୋରି, ଲୁଟ ଓ ଗଞ୍ଜେଇ ଚୋରା ଚାଲାଣ ବଢିଛି। ଅପରପକ୍ଷରେ କୋରାପୁଟ ଏସଡିପିଓ ମନୋଜ ପୁଜାହାରୀ କହିଛନ୍ତି ଯେ, କ୍ୟାମେରାଗୁଡିକ ଅତି ନିମ୍ନମାନର ପିକ୍ଚର କ୍ବାଲିଟି ରହିଛି। କିଛି ଜାଗାରେ ଭଲ ଦିଶୁ୍ଥିଲେ କିଛି ଜାଗାରେ ଏହା ଅଚଳ ରହିଛି। ତେବେ କୋରାପୁଟ ସହରରେ ଥିଲା। କୋରାପୁଟ ସହରର ୪ଟି ପ୍ରବେଶଦ୍ବାରା ଯେପରି ଚିନ୍ଦିରି ରୋଡ, ବୋରିଗୁମ୍ମା ରୋଡ, ମେଡିକାଲ କଲେଜ ରୋଡ, ଜୟପୁର ରୋଡ ଓ ସୁନାବେଢା ରୋଡ ଇତ୍ୟାଦି ସ୍ଥାନରେ ଉଚ୍ଚ କ୍ବାଲିଟିର ଲାଗିଯିବ ବୋଲି ସେ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/06/6-16.jpg)