କଟକ : ପୁରୀ ବଡ଼ ଦାଣ୍ଡରେ ଉଠା ଦୋକାନୀଙ୍କୁ ଜାଗା ନିଲାମକୁ ବିରୋଧ କରି ହାଇକୋର୍ଟରେ ଦାୟର ଜନସ୍ୱାର୍ଥ ମାମଲାରେ ଜବାବ ଦାଖଲ ପାଇଁ ଜାତୀୟ ରାଜପଥ କର୍ତ୍ତୃପକ୍ଷ (ଏନଏଚ୍ଏଆଇ)କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟ ବିଚାରପତି ଜଷ୍ଟିସ ଭିନିତ ସରନ ଓ ଡକ୍ଟର ଜଷ୍ଟିସ ବି.ଆର୍.ଷଡଙ୍ଗୀଙ୍କୁ ନେଇ ଗଠିତ ଖଣ୍ଡପୀଠରେ ଏ ସଂପର୍କିତ ମାମଲାର ଶୁଣାଣି ସମୟରେ ପୁରୀ ପୌର ପାଳିକା ପକ୍ଷରୁ ଦାଖଲ ସତ୍ୟପାଠରେ ଉଲ୍ଲେଖ କରାଯାଇଥିଲା ଯେ ଏଥିପାଇଁ ଏନଏଚ୍ଏଆଇ କର୍ତ୍ତୃପକ୍ଷଙ୍କ ଅନୁମତି ଅଣାଯାଇଛି। ଅନ୍ୟପକ୍ଷରେ ପୁରୀ ଜିଲ୍ଲାପାଳଙ୍କ ପକ୍ଷରୁ ଦର୍ଶାଯାଇଥିଲା ଯେ ପୂର୍ବରୁ ଏ ନେଇ ରହିଥିବା ଅଦାଲତଙ୍କ ନିର୍ଦ୍ଦେଶ ପାଳନ କରାଯିବ। ମାମଲାର ପରବର୍ତ୍ତୀ ଶୁଣାଣି ଜୁଲାଇ ୧୬ରେ କରାଯିବା ପାଇଁ ଧାର୍ଯ୍ୟ କରାଯାଇଛି। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ଦୀପାଳି ମହାପାତ୍ର, ଆଇନଜୀବୀ ସୁକାନ୍ତ କୁମାର ଦଳାଇ ମାମଲା ପରିଚାଳନା କରୁଛନ୍ତି। ମାମଲାର ବିବରଣୀରୁ ପ୍ରକାଶ ଯେ ବଡ଼ଶଙ୍ଖରୁ ଗୁଣ୍ଡିଚା ମନ୍ଦିର ପର୍ଯନ୍ତ ରାସ୍ତା ପାର୍ଶ୍ୱରେ ଉଠା ଦୋକାନୀଙ୍କୁ ବସାଇବା ପାଇଁ ପୌର ସଂସ୍ଥା ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଏହାକୁ ଚାଲେଞ୍ଜ କରି ରଜତ କୁମାର ସାହୁ ହାଇକୋର୍ଟରେ ମାମଲା ଦାୟର କରିଥିଲେ।
ବଡ଼ ଦାଣ୍ଡରେ ଉଠା ଦୋକାନୀଙ୍କୁ ଅନୁମତି: ଏନ୍ଏଚ୍ଏଆଇକୁ ଜବାବ ଦାଖଲ ନିର୍ଦ୍ଦେଶ
/sambad/media/post_attachments/wp-content/uploads/2018/07/puri-3.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)