ପୁରୀ : ଶ୍ରୀମନ୍ଦିରରେ ସୋମବାର ବିଳମ୍ବିତ ରାତିରେ ବଡ଼ ମହାସ୍ନାନ ହୋଇଛି। ଭିତର କାଠରେ ରକ୍ତ ପଡ଼ିଥିବାରୁ ବଡ଼ ମହାସ୍ନାନ ନୀତି ସମ୍ପନ୍ନ ହୋଇଛି। ଏଥିପାଇଁ ଆଜି ପ୍ରାୟ ୨ ଘଣ୍ଟା ଦର୍ଶନ ବନ୍ଦ ରହିଛି। ମହାସ୍ନାନ ନୀତି ଶେଷ ପରେ ଅନ୍ୟାନ୍ୟ ନୀତି ବଢ଼ିଛି।

Advertisment

ମିଳିଥିବା ସୂଚନା ମୁତାବକ, ସୋମବାର ରାତି ପ୍ରାୟ ୧୦ଟା ୧୦ରେ ମହାପ୍ରଭୁଙ୍କ ଚନ୍ଦନଲାଗି ନୀତିକାନ୍ତି ଚାଲିଥିବାବେଳେ ଭିତରକାଠରେ ରକ୍ତ ପଡ଼ିଥିବା ଜଣାପଡ଼ିଥିଲା। ସବୁ ମାରା ହେବାରୁ ଚୁନ ପଡ଼ି ଭିତର କାଠ ଧୁଆ ଯାଇଥିଲା। ମହାପ୍ରଭୁଙ୍କ ବଡ଼ ମହାସ୍ନାନ ନୀତି ସମ୍ପନ୍ନ ପରେ ରାତି ପ୍ରାୟ ୧୧ଟା ପରେ ନୀତିକାନ୍ତି ସ୍ବାଭାବିକ ହୋଇଥିଲା। ପରେ ଭକ୍ତମାନେ ଦର୍ଶନର ସୁଯୋଗ ପାଇଥିଲେ।