ବ୍ରହ୍ମପୁର: ହନୁମାନ ଚିତ୍ର ଥିବା ପୁରୁଣା ମୁଦ୍ରା ବିକ୍ରି କରି କୋଟିପତି ହେବାର ସ୍ବପ୍ନ ଧୂଳିସାତ୍ ହୋଇଛି। ବ୍ରହ୍ମପୁରସ୍ଥିତ ବଡ଼ବଜାର ଅଂଚଳରେ ହନୁମାନ ମୁଦ୍ରା ବିକ୍ରି ପାଇଁ ଯୋଜନା ଚାଲିଥିବା ବେଳେ ପୁଲିସ ଅତର୍କିତ ଭାବେ ଚଢ଼ାଉ କରିଛି। ଫଳରେ ୭ ଅଭିଯୁକ୍ତଙ୍କ ଯୋଜନା ପଣ୍ଡ ହୋଇଛି। ପୁଲିସ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରିଛି। ଅଭିଯୁକ୍ତମାନେ ହେଲେ ସମ୍ବଲପୁର କ୍ଷେତରାଜପୁର ଥାନା ଅଂଚଳର ପ୍ରଦୀପ ମହାପାତ୍ର (୪୧), ସୁରେଶ ମେହେର (୩୧) ଓ ସାସନ ଥାନା ଅଂଚଳର ଅନିଲ କୁସୁମ (୩୪), ସୁନ୍ଦରଗଡ଼ ଜିଲ୍ଲା ପାନପୋଷ ଅଂଚଳର ଜୟନ୍ତ ପ୍ରଧାନ (୨୧) ଓ ବିଜେନ କୁମାର ବାଗ (୪୦), ଗଂଜାମ ଜିଲ୍ଲା ସୋରଡ଼ା ଅଂଚଳର ଅକ୍ଷୟ କୁମାର (୩୬) ଓ କେ ନୂଆଗାଁ ଥାନା ଅନ୍ତର୍ଗତ ବୋମକେଇ ଗାଁର ଏସ ଜୟରାମ ପାତ୍ର।
/sambad/media/post_attachments/wp-content/uploads/2021/01/e2feae36-fc90-431a-97b0-1657d2d6a2c2-1024x768.jpg)
ସୂଚନା ଅନୁସାରେ ଶାନ୍ତିନଗରରେ ହନୁମାନ ଚିତ୍ର ଥିବା ପୁରୁଣା ମୁଦ୍ରା କାରବାର ଚାଲିଥିବା ବେଳେ ବଡ଼ବଜାର ପୁଲିସକୁ ବିଶ୍ବସ୍ତ ସୂତ୍ରରୁ ସୂଚନା ମିଳିଥିଲା। ଏହା ପରେ ପୁଲିସର ଏକ ସ୍ବତନ୍ତ୍ର ଟିମ କାଳ ବିଳମ୍ବ ନକରି ନିର୍ଦ୍ଦିଷ୍ଟ ସ୍ଥାନରେ ଚଢ଼ାଉ କରିଥିଲେ। ଚଢ଼ାଉ ସମୟରେ ପୁଲିସ ୩ଟି ହନୁମାନ ଚିତ୍ର ଥିବା ମୁଦ୍ରା, ନଗଦ ଦେଢ଼ ଲକ୍ଷ ଟଙ୍କା, ୨ଟି ବାଇକ୍, ଚୁମ୍ବକ ଓ ସ୍ପିରିଟ ଜବତ କରିଥିଲା।
/sambad/media/post_attachments/wp-content/uploads/2021/01/bhm-1.jpg)
ହନୁମାନ ଟଙ୍କାକୁ କିଣା-ବିକା ପାଇଁ ୨ କୋଟି ଟଙ୍କାର ଡିଲ ଚାଲିଥିବା ବୋଲି ପୁଲିସ କହିଛି। ଏହି କାରବାରରେ ସମ୍ବଲପୁର, ରାଉରକେଲା ଓ ଗଂଜାମର ୭ ଜଣ ଯୁବକ ସଂପୃକ୍ତ ଅଛନ୍ତି। ଏମାନେ ବିଭିନ୍ନ ସ୍ଥାନରୁ ପୁରୁଣା ମୁଦ୍ରା ସଂଗ୍ରହ କରି ଏହାକୁ ବାହାରକୁ ଚାଲାଣ କରିବା ପାଇଁ ଯୋଜନା କରୁଥିଲେ। ତେବେ ପୁଲିସ ଘଟଣାର ଅଧିକ ତଦନ୍ତ କରୁଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/01/hanuman-coin-26_Thumb.jpg)