ବଡ଼ବିଲ : ସମ୍ବାଦ ସାହିତ୍ୟଘର ବଡ଼ବିଲ ଶାଖା ପକ୍ଷରୁ ଉତ୍କଳ ଦିବସ ସାହିତ୍ୟଘର କାର୍ଯ୍ୟାଳୟ ପରିସରରେ ପାଳିତ ହୋଇଯାଇଛି। ଆୟୋଜିତ କାର୍ଯ୍ୟକ୍ରମରେ ପଦ୍ମଶ୍ରୀ ଡ଼. ତୁଳସୀ ମୁଣ୍ଡା ମୁଖ୍ୟ ଅତିଥି, ପୌର ଉପାଧ୍ୟକ୍ଷା ସରସ୍ୱତୀ ନାଏକ, ସମାଜସେବୀ ଦମୟନ୍ତୀ ସାମଲ, ସିଆରସିସି ଦୁଃଖବନ୍ଧୁ ମିଶ୍ର ସମ୍ମାନିତ ଅତିଥିଙ୍କ ସହ ସାହିତ୍ୟଘରର ମୁଖ୍ୟ ଉପଦେଷ୍ଟା ରାଜକିଶୋର ଦାଶ, ବ୍ରଜକିଶୋର ପଣ୍ଡା, ସଭାପତି ପ୍ରତାପ କିଶୋର ଦାସ, ସମ୍ପାଦକ କୈଳାଶ ସାହାଣୀ ପ୍ରମୁଖ ମଂଚାସୀନ ଥିଲେ। କାର୍ଯ୍ୟକ୍ରମ ପ୍ରାରମ୍ଭରେ ଜାତୀୟ ପତାକା ଉତ୍ତଳନ କରାଯିବା ସହ ଜାତୀୟ ସଙ୍ଗୀତ ଓ ପରେ ପରେ ବଡ଼ବିଲ ଶିଶୁ ବିଦ୍ୟାମନ୍ଦିରର ଛାତ୍ରୀ ବନ୍ଦେ ଉତ୍କଳ ଜନନୀ ଗାନ କରିଥିଲେ। କାର୍ଯ୍ୟାଳୟ ପରିସରରେ ଥିବା ଆଦିକବି ଶାରଳା ଦାସଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା।

Advertisment

ଓଡ଼ିଶାବାସୀଙ୍କ ଅତି ପ୍ରିୟ ପିଠାକୁ ନେଇ ଏକ ପିଠାପଣା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ବିଭିନ୍ନ ମହିଳା ଅନୁଷ୍ଠାନ ପକ୍ଷରୁ ସମୁଦାୟ ୧୨ ଜଣ ମହିଳା ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ। ବିଚାରକ ମଣ୍ଡଳୀରେ ଶିକ୍ଷୟିତ୍ରୀ ନନ୍ଦିନୀ ମହାନ୍ତି, ଗାୟତ୍ରୀ ମିଶ୍ର ଓ ସମାଜସେବୀ ଦମୟନ୍ତୀ ସାମଲ  ସାମିଲ ଥିଲେ। ପ୍ରତିଯୋଗିତାରେ ଶ୍ରେଷ୍ଠ ୩ ଜଣ ପ୍ରତିଯୋଗୀ ଲିପିକା ମିଶ୍ର, ଆଶା ପାତ୍ର ଓ ଅରୁନ୍ଧତୀ ବିଶ୍ୱାଳ ଶ୍ରେଷ୍ଠ ପ୍ରତିଯୋଗୀଭାବେ ବିବେଚିତ ହୋଇଥିଲେ। କୃତି ପ୍ରତିଯୋଗୀଙ୍କ ସହ ଶିଶୁ ବିଦ୍ୟମନ୍ଦିରର ଛାତ୍ରୀଙ୍କୁ ମାନପତ୍ର ଓ ପୁରସ୍କାର ପ୍ରଦାନ କରାଯାଇଥିଲା। ସମ୍ବାଦ ସାହିତ୍ୟଘରର ପୂର୍ବତନ ସହସମ୍ପାଦକ ତଥା ମାଟକାମବେଡ଼ା ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅବସରପ୍ରାପ୍ତ ଓଡ଼ିଆ ଶିକ୍ଷକ ଅରବିନ୍ଦ ନାୟକଙ୍କୁ ସମ୍ବାଦ ସାହିତ୍ୟଘର, ବଡ଼ବିଲ ପରିବାର ତରଫରୁ ବିଦାୟ କାଳୀନ ସମ୍ବର୍ଦ୍ଧନାରେ ମାନପତ୍ର, ଉପଢୌକନ ସହ ପୁଷ୍ପଗୁଚ୍ଛ ପ୍ରଦାନ କରାଯାଇଥିଲା।

ସାହିତ୍ୟ ଘରର ସମ୍ପାଦକ ତଥା ସାହିତ୍ୟିକ କୈଳାସ ସାହାଣୀଙ୍କ ପୁସ୍ତକ ‘ଭୂମି’ ଉନ୍ମୋଚନ କରାଯାଇଥିଲା। ବିନି କର ମଞ୍ଚ ପରିଚାଳନା କରିଥିଲେ। ସାହିତ୍ୟ ଘରର ଉପଦେଷ୍ଟା ଅକ୍ଷୟ କୁମାର ବିଶ୍ବାଳ, ଉପସଭାପତି ସଞ୍ଜୟ ନାଏକ, ସୂର୍ଯ୍ୟକାନ୍ତ ଦାଶ, ସହସମ୍ପାଦକ ଅଶୋକ ପ୍ରଜାପତି, ରାମ କର୍ମକାର, କୋଷାଧ୍ୟକ୍ଷ ବିଶ୍ୱଜିତ ମହାନ୍ତ, ପ୍ରତାପ ମହାରଣା, ରାକେଶ ବାଗ, ଇମ୍ରାନ ଅଂସାରି, କମଲ ଶର୍ମା, ମଧୁସୂଦନ ସାହୁ, ଧରଣୀଧର ମହାନ୍ତ, ଆବାହକ ସୁବୋଧ ଦାସଙ୍କ ସହ ବିଭିନ୍ନ ଅନୁଷ୍ଠାନର ସଦସ୍ୟ, ସଦସ୍ୟା ସହଯୋଗ କରିଥିଲେ।