ବଡ଼ଖେମୁଣ୍ଡି ରାଜାଙ୍କ ପରଲୋକ

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲା ବଡ଼ଖେମୁଣ୍ଡି ରାଜା ମାଣିକେଶ୍ୱରୀ ପ୍ରସାଦ ଦେବଙ୍କ (୮୮) ଆଜି ରାତି ୮ଟା ବେଳେ ବ୍ରହ୍ମପୁର ବଡ଼ଖେମୁଣ୍ଡି ବଙ୍ଗଳା ସ୍ଥିତ ବାସଭବନରେ ପରଲୋକ ଘଟିଛି। ସେ ଗତ କିଛିଦିନ ହେଲା ଅସୁସ୍ଥ ହୋଇ ଶଯ୍ୟାଶାୟୀ ଥିଲେ। ତାଙ୍କ ବିୟୋଗରେ ବ୍ରହ୍ମପୁର ଏବଂ ବଡ଼ଖେମୁଣ୍ଡି ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି। ଆସନ୍ତାକାଲି ଦିଗପହଣ୍ଡି ସ୍ଥିତ ରାଜ ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯିବ। ମୃତ୍ୟୁ ଶଯ୍ୟା ନିକଟରେ ପୁଅ ଲକ୍ଷ୍ମୀନାରାୟଣ ଦେବ, ଧର୍ମପ୍ରତାପ ଦେବ, ଦେବବ୍ରତ ଦେବ, ୩ ବୋହୂ, ଭାଇ ମୋହନପ୍ରସାଦ ଦେବ, ସୁଶାନ୍ତ ଦେବ, କିଶୋର ପ୍ରସାଦ ଦେବ, ପୁତୁରା ଶ୍ରୀଧର ପ୍ରସାଦ ଦେବ ଓ ସିଦ୍ଧାନ୍ତ ଗଙ୍ଗଦେବ ଏବଂ ଦୁଇ ଝିଅଙ୍କ ସମେତ ଆତ୍ମୀୟସ୍ବଜନ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର