ପୁରୀ : ଶ୍ରୀମନ୍ଦିରରେ ଗୁରୁବାର ଦିନ ଶ୍ରୀଜିଉଙ୍କ ବଡ଼ମହାସ୍ନାନ ନୀତି କରାଯାଇଛି। ଶ୍ରୀମନ୍ଦିର ଭିତର କାଠ ନିକଟରେ ଜଣେ ଭକ୍ତ ବାନ୍ତି କରିଦେବା ପରେ ଏହି ନୀତି କରାଯାଇଥିଲା। ମଧ୍ୟାହ୍ନ ଧୂପ ପରେ ଭିତର କାଠ ନିକଟରେ ଦର୍ଶନ ବେଳେ ଏହି ଘଟଣା ନଜରକୁ ଆସିଥିଲା। ତେଣୁ ପ୍ରାୟ ୨ ଘଣ୍ଟା ସର୍ବସାଧାରଣ ଦର୍ଶନ ବନ୍ଦ ରହିଥିଲା। ଘଟଣା ନଜରକୁ ଆସିବା ପରେ ପ୍ରାୟ ୪ଟା ୪୦ ମିନିଟ୍ରେ ଚୂନ ପାଣି ପକାଇ ଶୋଧନ କରାଯାଇଥିଲା। ଅନ୍ୟ ନୀତି ବନ୍ଦ ରହିଥିଲା। ଅପରାହ୍ନ ୪ଟା ୪୫ରେ ମଇଲମ କରାଯାଇ ୫ଟା ୧୫ରେ ସିଂହାସନ ଧୁଆଯାଇଥିଲା। ୫ଟା ୨୫ରୁ ସାଢ଼େ ୫ଟା ମଧ୍ୟରେ ମହାସ୍ନାନ କରାଯାଇଥିଲା। ଫଳରେ ଦୂରଦୂରାନ୍ତରରୁ ଆସିଥିବା ବହୁ ଭକ୍ତ ମହାପ୍ରଭୁଙ୍କ ଦର୍ଶନ ନପାଇ ପ୍ରାୟ ୨ ଘଣ୍ଟା ଅପେକ୍ଷା କରିଥିଲେ।
ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ବଡ଼ମହାସ୍ନାନ
/sambad/media/post_attachments/wp-content/uploads/2021/02/srimandir-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)