ଗୁରୁଜଙ୍ଗ ଧବଳେଶ୍ୱର ପୀଠରେ ବଡ଼ଓଷା ପରବ ପାଇଁ ପ୍ରସ୍ତୁତି ବୈଠକ

ଖୋର୍ଦ୍ଧା: ଖୋର୍ଦ୍ଧା ଉପକଣ୍ଠ ଗୁରୁଜଙ୍ଗ ବାବା ଧବଳେଶ୍ୱର ପୀଠରେ ପଂଚୁକ ଓ ବଡ଼ଓଷା ନିମନ୍ତେ ମନ୍ଦିର ପରିଚାଳନା କମିଟି ଓ ଗୁରୁଜଙ୍ଗ ଯୁବ ପରିଷଦ ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ହୋଇଛି ।

ବୈଠକର ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇ ପରିଷଦର ସମ୍ପାଦକ ଜିତେନ୍ଦ୍ର କୁମାର ସାହୁ କହିଛନ୍ତି ଯେ ବଡ଼ଓଷା ନିମନ୍ତେ ଭକ୍ତଙ୍କ ପୂଜାର୍ଚ୍ଚନା ନିମନ୍ତେ ବିଶେଷ ବ୍ୟବସ୍ଥା କରାଯିବ । ଏହା ସହ ଗୁରୁଜଙ୍ଗ ଯୁବ ପରିଷଦ ଦ୍ୱାରା ଗତ ୨୧ ବର୍ଷ ଧରି ଅନୁଷ୍ଠିତ ହୋଇ ଆସୁଥିବା ବଡ଼ ଓଷା ପରବ ମଧ୍ୟ ଚଳିତ ବର୍ଷ ଜାକଜମକରେ ପାଳନ କରାଯିବ । କରୋନା କଟକଣା ହେତୁ ଗତ ଦୁଇ ବର୍ଷ ଏହି ପର୍ବ ବନ୍ଦ ରହିଥିଲା, ଚଳିତ ବର୍ଷ ଅଧିକ ଲୋକଙ୍କ ସମାଗମକୁ ଦୃଷ୍ଟିରେ ରଖି ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ପୁଲିସ ଓ ପ୍ରଶାସନକୁ ଆବଶ୍ୟକ ସହାୟତା ଲୋଡ଼ାଯାଇଛି । ସଂଧ୍ୟାରେ ହେବାକୁ ଥିବା ସାଂସ୍କୃତିକ କାର୍ଯ୍ୟକ୍ରମରେ ରାଜ୍ୟର ସୁପ୍ରତିଷ୍ଠ କଣ୍ଠଶିଳ୍ପୀ ଇରା ମହାନ୍ତି ଓ ଅନ୍ୟ ପ୍ରତିଷ୍ଠିତ ଗାୟକ କଳାକାର ଯୋଗଦେବା କାର୍ଯ୍ୟକ୍ରମ ରହିଛି । ଏହା ସହ ମଂଚ ଉପରେ ସହରର ବିକାଶ ଓ ନିଜ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ବ୍ୟକ୍ତିବିଶେଷଙ୍କୁ ସମ୍ମାନିତ କରାଯିବ ।

ସମ୍ବନ୍ଧିତ ଖବର