ଜୟପୁର: ମୃତ୍ୟୁ ଏମିତି ବି ଆସେ। ବ୍ୟାଡମିଣ୍ଟନ ଖେଳୁଥିବା ବେଳେ ଜଣେ ବ୍ୟକ୍ତିଙ୍କର ଜୀବନ ଚାଲିଯାଇଛି। ମିଳିଥିବା ସୂଚନା ଅନୁଯାୟୀ ଜୟପୁରର ଜଣେ ଜଣାଶୁଣା ବ୍ୟାଡମିଣ୍ଟନ ଖେଳାଳି ତଥା ଆଇନଜୀବୀ ଟି ଆର୍ ଜଗନ୍ନାଥଙ୍କ ମୃତ୍ୟୁ ହୋଇଛି। ତାଙ୍କର ବୟସ ୫୫ ବର୍ଷ ବୋଲି ଜଣାଯାଇଛି।
ପ୍ରତିଦିନ ଭଳି ଆଜି ସକାଳେ ଟି ଆର୍ ଜଗନ୍ନାଥ ବ୍ୟାଡମିଣ୍ଟନ ଖେଳିବାକୁ ଇନଡୋର୍ ଷ୍ଟାଡିୟମକୁ ଯାଇଥିଲେ। ସେଠାରେ କିଛି ସମୟ ଖେଳିବା ପରେ ଥକିଯାଇ ବସିଥିଲେ। ଏହାପରେ ପାଣି ପିଇଥିଲେ। ତାପରେ ଜଗନ୍ନାଥ ତଳେ ପଡ଼ିଯାଇଥିଲେ। ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା। ଏହି ଖବର ପ୍ରକାଶ ପାଇବା ପରେ ସହରରେ ଶୋକର ଛାୟା ଖେଳିଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/11/dead-indiatoday.png)