ଭୁବନେଶ୍ବର: ପୂର୍ବତନ ମନ୍ତ୍ରୀ ତଥା ବର୍ତ୍ତମାନର ଘଷିପୁରା ବିଧାୟକ ବଦ୍ରି ନାରାୟଣ ପାତ୍ରଙ୍କୁ ଆଜି ଏୟାରଲିଫ୍ଟ ଯୋଗେ ହାଇଦ୍ରାବାଦ ନିଆଯାଇଛି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡିବା ଯୋଗୁ ଭୁବନେଶ୍ୱରରୁ ଆଜି ତାଙ୍କୁ ହାଇଦ୍ରାବାଦର ଏଆଇଜି ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ବିଧାୟକଙ୍କୁ ସ୍ୱତନ୍ତ୍ର ଆମ୍ବୁଲାନ୍ସ ଯୋଗେ ଭୁବନେଶ୍ୱରର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦର ନିଆଯାଇଥିଲା । ସେଠାରୁ ତାଙ୍କୁ ହାଇଦ୍ରାବାଦ ଏୟାରଲିଫ୍ଟ କରାଯାଇଛି । ମିଳିଥିବା ସୂଚନା ମୁତାବକ, ରାତି ୮ଟା ସୁଦ୍ଧା ତାଙ୍କୁ ହାଇଦ୍ରାବାଦର ଏଆଇଜି ହସ୍ପିଟାଲରେ ଆଡମିସନ କରାଯିବ । ବିଧାୟକ ବଦ୍ରି ପାତ୍ରଙ୍କ ସହିତ ଏକ ଡାକ୍ତରୀ ଟିମ୍ ମଧ୍ୟ ଯାଇଛି ।