ଆନନ୍ଦପୁର : ଘସିପୁରା ବ୍ଲକ ରାମଚନ୍ଦ୍ରପୁର ପଞ୍ଚାୟତ ଅନ୍ତର୍ଗତ ସାନପଦନାର ୨୭୬ନମ୍ବର ବୁଥ୍ରେ ଆଜି ମତଦାନ ବେଳେ ବିଜେଡି ଏଜେଣ୍ଟଙ୍କ କାର୍ଯ୍ୟକଳାପକୁ ନେଇ ବିଶୃଙ୍ଖଳା ସୃଷ୍ଟି ହୋଇଥିଲା। ପୋଲିଂ ଅଧିକାରୀଙ୍କ ନିର୍ଦେଶକ୍ରମେ ସେଠାରେ ନିୟୋଜିତ ଥିବା ସୁରକ୍ଷା କର୍ମଚାରୀମାନେ ସଂପୃକ୍ତ ଏଜେଣ୍ଟଙ୍କୁ ବାହାର କରି ଦେଇଥିଲେ। ଏହାକୁ କେନ୍ଦ୍ରକରି ସେଠାରେ ଉତ୍ତେଜନା ପ୍ରକାଶ ପାଇଥିଲା। ବିଜେଡି ସମର୍ଥକମାନେ ଭୋଟ ବର୍ଜନ କରିବାକୁ ଧମକ ଦେଇ ବୁଥ୍ ଆଗରେ ଧାରଣାରେ ବସିଯାଇଥିଲେ। ଖବରପାଇ ବିଜେଡି ପ୍ରାର୍ଥୀ ତଥା ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ର ସେଠାରେ ପହଞ୍ଚି ଯାଇଥିଲେ। ସେ ମଧ୍ୟ ନିଜ ଦଳୀୟ ଲୋକ ତଥା ଏଜେଣ୍ଟଙ୍କୁ ସମର୍ଥନ ଜଣାଇ ଲୋକମାନଙ୍କ ସହିତ ଧାରଣାରେ ବସିଥିଲେ। କିଛି ସମୟଧରି ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା। ଖବର ପାଇ ପୁଲିସ୍ ଟିମ୍ ସେଠାରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲେ।
ବିଶୃଙ୍ଖଳିତ ଏଜେଣ୍ଟଙ୍କୁ ତଡ଼ିଲେ ସୁରକ୍ଷାକର୍ମୀ, ଧାରଣାରେ ବସିଲେ ବଦ୍ରି
/sambad/media/post_attachments/wp-content/uploads/2019/04/Jajpur-Photo-Badri-Dhrana.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)