ଭୁବନେଶ୍ୱର: ଗତ ୨୩ ତାରିଖରେ ମାଟ୍ରିକ ପରୀକ୍ଷା ଆରମ୍ଭ ହେବାର ଘଣ୍ଟାଏ ପରେ ମାତୃଭାଷା ଓଡ଼ିଆ ପଶ୍ନପତ୍ର ଭାଇରାଲ୍ ହୋଇଥିଲା ବୋଲି ଖବର ପ୍ରକାଶ ପାଇଥିଲା। ସୋମବାର ମାତୃଭାଷା ଓଡ଼ିଆ ପ୍ରଶ୍ନପତ୍ର ଭାଇରାଲ ପ୍ରସଙ୍ଗକୁ ନେଇ ଗଣଶିକ୍ଷା ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ର ନିଜର ପ୍ରତିକ୍ରିୟା ରଖିଛନ୍ତି।
/sambad/media/post_attachments/wp-content/uploads/2018/02/17oriPatra1-1-300x267.jpg)
ମନ୍ତ୍ରୀ ବଦ୍ରି ନାରାୟଣ ନିଜ ପ୍ରତିକ୍ରିୟାରେ କହିଛନ୍ତି, ଓଡ଼ିଆ ପ୍ରଶ୍ନପତ୍ର ଲିକ୍ ହୋଇନାହିଁ। ଯେଉଁ ଖବର ଉଠିଛି କି ପଶ୍ନପତ୍ର ଲିକ୍ ହୋଇଛି, ତାହା ଦିନ ୧୦ଟା ପରେ ଭାଇରାଲ ହୋଇଥିଲା। ଏହି ଘଟଣାର ତଦନ୍ତ ପାଇଁ କ୍ରାଇମବ୍ରାଞ୍ଚ ସାଇବର ସେଲକୁ ଦାୟିତ୍ୱ ଦିଆଯାଇଛି। ଏହି ତଦନ୍ତ ପରେ ସତ୍ୟ ଘଟଣା ସାମ୍ନାକୁ ଆସିବ।
ଉଲ୍ଲେଖଯୋଗ୍ୟ, କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବଜାର ଅଞ୍ଚଳରେ ହ୍ଵାଟସ୍ ଆପ୍ରେ ମାତୃଭାଷାର ପ୍ରଶ୍ନପତ୍ର ବୁଲୁ ଥିବା ନେଇ ଅଭିଯୋଗ ହୋଇଥିଲା। ମାତ୍ର ଏପରି ଅଭିଯୋଗକୁ ଶିକ୍ଷା ସଚିବ ଓ ବୋର୍ଡ଼ କର୍ତ୍ତୃପକ୍ଷ ଖଣ୍ଡନ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/02/Badri-Narayan-Patra.jpg)
