କେନ୍ଦୁଝର : ପୂର୍ବତନ ମନ୍ତ୍ରୀ ତଥା ଘସିପୁରା ବିଧାୟକ ବଦ୍ରିନାରାୟଣ ପାତ୍ରଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହୋଇଛି। ସେ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ତେବେ ଅବସ୍ଥା ବିଗିଡ଼ିବାରୁ ତାଙ୍କୁ ଏୟାର ଆମ୍ବୁଲାନ୍ସରେ ହାଇଦ୍ରାବାଦ୍‌ ସ୍ଥାନାନ୍ତର କରାଯାଇଛି।

Advertisment

ମିଳିଥିବା ସୂଚନା ଅନୁସାରେ, ବିଧାୟକ ଶ୍ରୀ ପାତ୍ର ଗତକାଲି ଛାତିରେ ପ୍ରବଳ ଯନ୍ତ୍ରଣା ଅନୁଭବ କରିଥିଲେ। ତାଙ୍କୁ ତୁରନ୍ତ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ପରୀକ୍ଷା ପରେ ତାଙ୍କ ଆର୍ଟେରିରେ ବ୍ଲକେଜ୍‌ ଥିବା ଜଣାପଡ଼ିଥିଲା। ଫଳରେ ତାଙ୍କଠାରେ ଦୁଇଟି ଷ୍ଟେଣ୍ଟ ଲାଗିଥିଲା। ପରେ ସ୍ବାସ୍ଥ୍ୟାବସ୍ଥାରେ ସାମାନ୍ୟ ଉନ୍ନତି ପରିଲକ୍ଷିତ ହୋଇଥିଲା। ମାତ୍ର ପରେ ତାଙ୍କର ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ଡାକ୍ତରଙ୍କ ପରାମର୍ଶକ୍ରମେ ଅଧିକ ଚିକିତ୍ସା ପାଇଁ ଆଜି ଅପରାହ୍‌ଣରେ ଏକ ସ୍ବତନ୍ତ୍ର ଏୟାର ଆମ୍ବୁଲାନ୍ସରେ ହାଇଦ୍ରାବାଦ ଏୟାରଲିଫ୍ଟିଂ କରାଯାଇଥିବା ସୂଚନା ମିଳିଛି।