ବଡ଼ସାହି: ଭୌଗୋଳିକ ଆୟତନ ଓ ପଞ୍ଚାୟତ ସଂଖ୍ୟା ଦୃଷ୍ଟିରୁ ମୟୂରଭଞ୍ଜ ଜିଲ୍ଲାର ସବୁଠାରୁ ବଡ଼ ବ୍ଲକ୍ ହେଉଛି ବଡ଼ସାହି। ୩୦ଟି ପଞ୍ଚାୟତକୁ ନେଇ ଉକ୍ତ ବ୍ଲକ ଗଠିତ। ବ୍ଲକ୍ର ୩୦ଟି ପଞ୍ଚାୟତରୁ ୨୩ଟି ପଞ୍ଚାୟତ ବଡ଼ସାହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଭୁକ୍ତ। ଅଧିକ ପଞ୍ଚାୟତ ଓ ଅଧିକ ଜନସଂଖ୍ୟା ପାଇଁ ଏଠାରେ ବିକାଶ ବାଧାପ୍ରାପ୍ତ ହେଉଛି। ସବୁ ପଞ୍ଚାୟତର ଉନ୍ନୟନ ମୂଳକ କାର୍ଯ୍ୟ ଠିକଣା ଢଙ୍ଗରେ ଓ ସମୟରେ ହୋଇପାରୁନି। ତେଣୁ ସାଧାରଣ ଜନତାଙ୍କ ସ୍ୱାର୍ଥ ରକ୍ଷା ନିମିତ୍ତ ବଡ଼ସାହି ବ୍ଲକ୍କୁ ବିଭାଜନ କରି ୧୫ଟି ପଞ୍ଚାୟତକୁ ନେଇ ନୂତନ ଭାବେ ଏକ ବ୍ଲକ୍ କାର୍ଯ୍ୟାଳୟ ମାଣତ୍ରୀଠାରେ ସ୍ଥାପନ କରିବା ପାଇଁ ବଡ଼ସାହି ବିଧାୟକ ସନାତନ ବିଜୁଳି ଚଳିତ ବିଧାନସଭା ଅଧିବେଶନର ପ୍ରଶ୍ନ କାଳରେ ଦାବି ଉଠାଇଛନ୍ତି।
୧୫ଟି ପଞ୍ଚାୟତକୁ ନେଇ ମାଣତ୍ରୀ ବ୍ଲକ୍ ଗଠନ ପାଇଁ ପ୍ରସ୍ତାବ
ମନ୍ତ୍ରୀ କହିଲେ ଏବେ ବ୍ଲକ୍ ପୁନର୍ଗଠନ ନେଇ ଯୋଜନା ନାହିଁ
ବଡ଼ସାହି ବ୍ଲକ୍କୁ ବିଭାଜନ କରି ମାଣତ୍ରୀକୁ ଏକ ବ୍ଲକ୍ କରାଇବାର କୌଣସି ଯୋଜନା ଅଛି କି ବୋଲି ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନାଙ୍କ ଉଦ୍ଦେଶ୍ୟରେ ପ୍ରଶ୍ନ କରିଥିଲେ ଶ୍ରୀ ବିଜୁଳି। ଯଦି ଅଛି ତେବେ ଏହା କେବେ କାର୍ଯ୍ୟକାରୀ ହେବ ବୋଲି ସେ ଜାଣିବାକୁ ଚାହିଁଥିଲେ। ଏହାର ଉତ୍ତରରେ ମନ୍ତ୍ରୀ କହିଲେ, ବର୍ତ୍ତମାନ ରାଜ୍ୟରେ ବ୍ଲକ୍ ପୁନର୍ଗଠନ କରିବା ପାଇଁ ସରକାରଙ୍କ କୌଣସି ପ୍ରସ୍ତାବ ନାହିଁ। ପୁନର୍ଗଠନ ପ୍ରକ୍ରିୟା ଆରମ୍ଭ ହେଲେ ବଡ଼ସାହି ବ୍ଲକ୍ର ପୁନର୍ଗଠନ ବିଷୟରେ ନିଷ୍ପତ୍ତି ନିଆଯିବ ବୋଲି ଶ୍ରୀ ଜେନା କହିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/03/18-20.jpg)