ବାଗଚୀ କରୁଣାଶ୍ରୟ କେନ୍ଦ୍ର ଉଦଘାଟନ କଲେ ମୁଖ୍ୟ ସଚିବ

ଭୁବନେଶ୍ବର : ଆଜି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଗଣ୍ଡମୁଣ୍ଡାଠାରେ କରୁଣାଶ୍ରୟ ଗୃହଭିତ୍ତିକ ସେବା  କେନ୍ଦ୍ରର ଉଦଘାଟନ କରିଛନ୍ତି । ନିଜର ଉଦଘାଟନୀ ଅଭିଭାଷଣରେ ଶ୍ରୀ ମହାପାତ୍ର କହିଥିଲେ ଯେ, ଓଡ଼ିଶା ସରକାର, ବାଙ୍ଗାଲୋର ହସପିସ ଟ୍ରଷ୍ଟ ଓ ବାଗଚୀ କରୁଣାଶ୍ରୟଙ୍କ ମିଳିତ ପ୍ରଚେଷ୍ଠାରେ ଓଡ଼ିଶାରେ ପ୍ରଥମ ଥର ପାଇଁ ଏହି କେନ୍ଦ୍ର ଆରମ୍ଭ ହୋଇଛି । ଆଗାମୀ ଦିନରେ ସ୍ବେଚ୍ଛାସେବୀ ସଂସ୍ଥାଙ୍କ ସହାୟତାରେ ରାଜ୍ୟର ଅନ୍ୟ ଅଞ୍ଚଳରେ ଏହାକୁ ସଂପ୍ରସାରିତ କରିବାକୁ ସେ ପରାମର୍ଶ ଦେଇଥିଲେ । ସେ ଆଶା ପ୍ରକାଶ କରିଥିଲେ ଇନଫୋଭ୍ୟାଲି-୨ରେ  ଓଡ଼ିଶା ସରକାର ଦେଇଥିବା ଜମିରେ ବାଗଚୀ ଶଙ୍କର କର୍କଟ ଚିକିତ୍ସାଳୟ ଓ କରୁଣାଶ୍ରୟ ଖୁବଶୀଘ୍ର ଶେଷ ହେବ ।

ଏହି ଅବସରରେ ବାଗଚୀ କରୁଣାଶ୍ରୟ ହସପିସ ଟ୍ରଷ୍ଟ ଓ ଆଚାର୍ଯ୍ୟ ହରିହର କର୍କଟ ଗବେଷଣା କେନ୍ଦ୍ର ମଧ୍ୟରେ ଏକ ଏମଓୟୁ ସ୍ବାକ୍ଷରିତ ହୋଇଥିଲା । ଏହି ଅବସରରେ ରାଜ୍ୟ ଦକ୍ଷତା ବିକାଶ ପ୍ରାଧିକରଣର ମୁଖ୍ୟ ସୁବ୍ରତ ବାଗଚୀ ଓ ତାଙ୍କ ପତ୍ନୀ ତଥା ମୋ ସ୍କୁଲ ଅଭିଯାନର ଅଧ୍ୟକ୍ଷା ସୁସ୍ମିତା ବାଗଚୀ ଉପସ୍ଥିତ ଥିଲେ ।

 

ସମ୍ବନ୍ଧିତ ଖବର