ସଙ୍ଗରୋଧ କେନ୍ଦ୍ରରେ ରୋଗୀଙ୍କ ଉପରେ କଡ଼ା ନଜର ରଖିବେ ସରପଞ୍ଚ, ବାହ୍ୟ ଲକ୍ଷଣ ଦେଖିଲେ ପ୍ରଶାସନକୁ ଖବର ଦେବେ

ପୂର୍ବରୁ ଜାଣିଥିଲୁ ଏଭଳି ପର୍ଯ୍ୟାୟ ଆସିବ: ସୁବ୍ରତ ବାଗଚୀ

ଭୁବନେଶ୍ୱର: କରୋନା ନେଇ ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ ଆଜି କରୋନା ନେଇ ତାଜା ସୂଚନା ଦେଇଛନ୍ତି | ସେ କହିଛନ୍ତି ଯେ କ୍ବାରେଣ୍ଟିନ୍ ସେଣ୍ଟରରେ ଥିବା ପ୍ରବାସୀ ଫେରନ୍ତାଙ୍କୁ ନେଇ ଏକ ତର୍ଜମା ହୋଇଥିଲା। ଗତ ୨୪୧ଟି ପଜିଟିଭରୁ ୧୨ ଜଣ ବାଦ୍ ୨୨୯ ଜଣ ଫେରନ୍ତା କ୍ୱାରେଣ୍ଟାଇନରୁ ହିଁ ଜଣାପଡିଥିଲା | ତେବେ ଆଶ୍ବସ୍ତିର କଥା ହେଉଛି ଯେ ନିୟନ୍ତ୍ରିତ ସ୍ଥାନରେ ଯଦି ଅଧିକ ସଂଖ୍ୟାରେ ପଜିଟିଭ ଚିହ୍ନଟ ହେବେ ତେବେ ଆମେ ପରିସ୍ଥିତିର ମୁକାବିଲା କରିପାରିବା |

ସେହିପରି ରାଜ୍ୟ ସରକାର ଆଜି ସରପଞ୍ଚମାନଙ୍କୁ ସ୍ୱତନ୍ତ୍ର ଅନୁରୋଧ କରିଛନ୍ତି | କ୍ୱାରେଣ୍ଟାଇନ କେନ୍ଦ୍ରରେ ଥିବା ଲୋକଙ୍କ ଉପରେ ସରପଞ୍ଚ ନଜର ରଖିବେ | ବାହାର ଲକ୍ଷଣ ଥିଲେ ସରକାରଙ୍କୁ ଜଣାଇବେ, ସେମାନଙ୍କୁ ଅଲଗା ରଖିବେ । ସେହିପରି ସମସ୍ତ ଜିଲ୍ଲାପାଳଙ୍କୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି ଯେ ସମସ୍ତ ଜିଲ୍ଲାପାଳ କ୍ୱାରେଣ୍ଟାଇନ କେନ୍ଦ୍ରରେ ସଙ୍ଗରୋଧରେ ଥିବା ସମସ୍ତଙ୍କୁ କୋଭିଡ ତାଲିମ ଦେବେ |

ଯାହାଦ୍ୱାରା ଯେଉଁମାନେ ସୁସ୍ଥ ହୋଇ ଘରକୁ ଫେରିବେ ସେମାନେ ସମସ୍ତଙ୍କୁ ସଚେତନ କରାଇବେ ଓ ଅନୁଭୂତି ବାଣ୍ଟିବେ | ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ କହିଛନ୍ତି ଯେ ୨ ଦିନ ତଳେ ରାଜ୍ୟରେ କରେନା ଆକ୍ରାନ୍ତଙ୍କ ସଂଖ୍ୟା ପ୍ରାୟ ୨୮୯ ଥିବାବେଳେ ଆଜି ଏହା ପ୍ରାୟ ୪୦୦ ପାଖାପାଖି ଛୁଇଁଲାଣି | ଆଗାମୀ ଦିନରେ ସଂକ୍ରମିତଙ୍କ ସଂଖ୍ୟା ଆହୁରି ବଢିବ | ଏଥିରେ ବିଚଳିତ ହେବାର କୌଣସି କାରଣ ନାହିଁ ଓ ଅନ୍ୟକୁ ଦାୟୀ କରିବାର ସମୟ ନୁହେଁ ବୋଲି  ବାଗଚୀ କହିଛନ୍ତି |

ସମ୍ବନ୍ଧିତ ଖବର