ବଗଲା ଧର୍ମଶାଳା ଜମି ବିବାଦ: ହାଇକୋର୍ଟରେ ବିଚାରାଧୀନ ମାମଲାର ରାୟ ଉପରେ ନିର୍ଭର କରିବ ଭବିଷ୍ୟତ

କଟକ : ପୁରୀ ବଡ଼ଦାଣ୍ଡରେ ଥିବା ବଗଲା ଧର୍ମଶାଳା ଜମି ବିକ୍ରିକୁ ବିରୋଧ କରି ଦାୟର ମାମଲାରେ ହାଇକୋର୍ଟ ରାଜ୍ୟ ସରକାରଙ୍କ ନିକଟରୁ ରିପୋର୍ଟ ତଲବ କରିଛନ୍ତି। ବଗଲା ଧର୍ମଶାଳା ଜମିର ସାନି ସ୍ଥିତି ସଂକ୍ରାନ୍ତରେ ସବିଶେଷ ତଥ୍ୟ ଦାଖଲ ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ହାଇକୋର୍ଟରେ ମାମଲା ଦାୟର ସମୟରେ ବଗଲା ଧର୍ମଶାଳା ଜମିର ସ୍ଥିତି କଣ ଥିଲା ଓ ଏବେ କେଉଁ ସ୍ଥିତିରେ ରହିଛି ସେ ନେଇ ରାଜ୍ୟ ସରକାର ଅବଗତ କରିବେ। ଏଥି ସହିତ ବଗଲା ଧର୍ମଶାଳା ଜମି ପ୍ରସଂଗରେ ଗ୍ରହଣ କରାଯାଉଥିବା ପଦକ୍ଷେପର ଭବିଷ୍ୟତ ବିଚାରାଧୀନ ମାମଲାର ଚୂଡାନ୍ତ ରାୟ ଉପରେ ନିର୍ଭର କରିବ ବୋଲି ହାଇକୋର୍ଟ ଅନ୍ତରୀଣ ନିର୍ଦ୍ଦେଶ ଦେଇଛନ୍ତି।

ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ. ମୁରଲୀଧର ଓ ଜଷ୍ଟିସ ବି.ପି. ରାଉତରାୟଙ୍କୁ ନେଇ ଗଠିତ ଖଣ୍ଡପୀଠ ଜଗନ୍ନାଥ ବସ୍ତିଆଙ୍କ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି। ଶ୍ରୀ ବସ୍ତିଆଙ୍କ ଆବେଦନ ସହିତ ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ଡକ୍ଟର ସମ୍ବିତ ପାତ୍ରଙ୍କ ବଗଲା ଧର୍ମଶାଳା ଜମି ସଂକ୍ରାନ୍ତୀୟ ଜନସ୍ବାର୍ଥ ମାମଲାର ସେପ୍ଟେମ୍ବର ୨୩ରେ ପରବର୍ତ୍ତୀ ଶୁଣାଣି କରାଯିବା ପାଇଁ ଧାର୍ଯ୍ୟ କରାଯାଇଛି।

ସମ୍ବନ୍ଧିତ ଖବର