ମାହାଙ୍ଗା: ବାଗ୍ମୀ ବିଶ୍ୱନାଥ କରଙ୍କ ସମାଜ ସଂସ୍କାରଧର୍ମୀ କାର୍ଯ୍ୟ ଆଜି ମଧ୍ୟ ଚିରସ୍ମରଣୀୟ ହୋଇରହିଛି। ତାଙ୍କ ସାହିତ୍ୟରେ ଯାହା ପରିପ୍ରକାଶ ପାଉଥିଲା ବ୍ୟକ୍ତିଗତ ଜୀବନରେ ତାହା ପ୍ରୟୋଗ କରି ସମାଜରୁ କୁସଂସ୍କାର ହଟାଇବାକୁ ସେ ସଚେତନତା ସୃଷ୍ଟି କରୁଥିଲେ। ବିଶ୍ୱନାଥ ଥିଲେ ନିର୍ଭୀକ ବ୍ୟକ୍ତିତ୍ୱର ଜ୍ୱଳନ୍ତ ପ୍ରତୀକ। ମାହାଙ୍ଗା ବ୍ଲକ ଅନ୍ତର୍ଗତ ମୂଳବସନ୍ତ ସ୍ଥିତ ବାଗ୍ମୀ ବିଶ୍ୱନାଥ ବିଦ୍ୟାନିକେତନ ପରିସରରେ ମାହାଙ୍ଗା ଅଞ୍ଚଳର ଅନ୍ୟତମ ବରପୁତ୍ର ତଥା ଓଡ଼ିିଆ ସାହିତ୍ୟର ଭୀଷ୍ମ ପିତାମହ ବାଗ୍ମୀ ବିଶ୍ୱନାଥ କରଙ୍କ ୧୫୪ତମ ଜୟନ୍ତୀ ଉତ୍ସବରେ ଯୋଗଦେଇ ଅତିଥିମାନେ ଏଭଳି ବକ୍ତବ୍ୟ ପ୍ରଦାନ କରିଛନ୍ତି। ସ୍ୱାସ୍ଥ୍ୟ, ପରିବାର କଲ୍ୟାଣ ଓ ଆଇନ ମନ୍ତ୍ରୀ ପ୍ରତାପ ଜେନା ଉଦ୍ଘାଟକ ତଥା ମୁଖ୍ୟ ଅତିଥି ଭାବେ ଯୋଗଦେଇ ବାଗ୍ମୀ ବିଶ୍ୱନାଥ କର ଭାଷା ସାହିତ୍ୟ ଆନ୍ଦୋଳନର ଅଗ୍ରଜ ବିନ୍ଧାଣୀ ଥିଲେ ବୋଲି କହିଥିଲେ।
ସାହିତ୍ୟିକ, ସ୍ତମ୍ଭକାର ତଥା ‘ସମ୍ବାଦ’ର ସମ୍ପାଦକ (ଫିଚର) ଡକ୍ଟର ଗୌରହରି ଦାସ ମୁଖ୍ୟବକ୍ତା ଭାବେ ଯୋଗଦେଇ ବାଗ୍ମୀ ବିଶ୍ୱନାଥ କର ଆଦର୍ଶ ମୂଲ୍ୟବୋଧ ପ୍ରତୀକର କର୍ଣ୍ଣଧାର ଥିଲେ ବୋଲି କହିଥିଲେ। ବିଦ୍ୟାନିକେତନର ପ୍ରଧାନଶିକ୍ଷକ ଉମେଶ ଚନ୍ଦ୍ର ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉତ୍ସବରେ ସାହିତ୍ୟିକ ପ୍ରଶାନ୍ତ କୁମାର କର, ଚଳଚ୍ଚିତ୍ର ଅଭିନେତ୍ରୀ ଏଲିନା ଦାସ ସମ୍ମାନିତ ଅତିଥି, ବ୍ଳକ ଅଧ୍ୟକ୍ଷ ଶରତ ଚନ୍ଦ୍ର ନାୟକ, ଡାକ୍ତର କମଳାକାନ୍ତ କର, ପୂର୍ବତନ ସରପଞ୍ଚ ଭ୍ରମରବର ରାଉତରାୟ, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ପଞ୍ଚାନନ ପଣ୍ଡା, ଜିଲ୍ଲା ପରିଷଦ ସଭ୍ୟା ମୋନାଲିସା ଦାଶ, ସରପଞ୍ଚ ଲିଜା ସାହୁ ପ୍ରମୁଖ ଅତିଥି ଭାବେ ଯୋଗଦେଇ ବିଶ୍ୱନାଥ କରଙ୍କ ସାହିତ୍ୟ କୃତି ଓ ତାଙ୍କ ଜୀବନୀ ଉପରେ ଆଲୋଚନା କରିଥିଲେ। ଏହି ଅବସରରେ ବିଦ୍ୟାଳୟର କୃତୀ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ପ୍ରଧାନଶିକ୍ଷକ ଉମେଶ ଚନ୍ଦ୍ର ସାହୁ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ। ଶିକ୍ଷକ ପର୍ଶୁରାମ ଦାସ ମଞ୍ଚ ପରିଚାଳନା କରିଥିଲେ । ପ୍ରାରମ୍ଭରେ ଆମନ୍ତ୍ରିତ ଅତିଥିମାନେ ବିଦ୍ୟାଳୟ ପରିସରରେ ଥିବା ବାଗ୍ମୀ ବିଶ୍ୱନାଥ କରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। ଏହି ଅବସରରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ସଂଗୀତ, ନୃତ୍ୟ, ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2017/12/mahanga-bagmi-biswanath-kara-jayanti.......jpg)