କଟକ: ସନ୍ଧ୍ୟା ସମୟ କୋଚ୍ରୁ ଖାଇବା ପାଇଁ ଅର୍ଡର ଆସି ସାରିଥିଲା। ମୋତେ ଅଣ୍ଡା ତରକାରୀ କରିବାକୁ କୁହାଯାଇଥିଲା। ତରକାରୀ ଗରମ ଡହଡହ ଫୁଟୁଥିଲା। କିଛି ଗରମ ତରକାରୀ ପ୍ୟାକିଂ କରୁଥିଲି। ହଠାତ୍ ପ୍ରଚଣ୍ଡ ଶବ୍ଦ ହେଲା। ଆଉ ପୂରା ଅଣ୍ଡା ତରକାରୀ ହାଣ୍ଡି ମୋ ଦେହରେ ଛିଟିକି ପଡିଲା। ମୋର ଦେହ ଜଳିଯିବା ସହିତ ଆମେ ପାଖାପାଖି ୩୦ ଜଣ ଏହି ପ୍ୟାଣ୍ଟ୍ରି କାରରେ ଆହତ ହୋଇଥିଲୁ।
ଗରମ ତେଲ, ଡାଲି ଓ ଅନ୍ୟ ଜିନିଷ ବିଛାଡି ହୋଇ ପଡ଼ିଥିଲା। ତେବେ ଆମ ପ୍ୟାଣ୍ଟ୍ରିକାରରୁ କାହାର ମୃତ୍ୟୁ ହୋଇନାହିଁ। ଆମ ଭିତରୁ ଜଣେ ଗୁରୁତର ଆହତ ଅଛନ୍ତି। ଗରମ ଜିନିଷ ପଡ଼ି ଜଣକର ଅଣ୍ଟା ପାଖରୁ ଗୋଡ଼ ଜଳି ଯାଇଥିବା ବେଳେ ମୋର ପେଟ ଓ ମୁହଁ ଜଳିଯାଇଛି ବୋଲି କହିଛନ୍ତି ପ୍ୟାଣ୍ଟ୍ରି କାର୍ କର୍ମଚାରୀ ପଶ୍ଚିମବଙ୍ଗ ମେଦିନପୁରର ଚିତ୍ତରଂଜନ ଚକ୍ରବର୍ତ୍ତୀ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/06/17-2.jpg)