ଭୁବନେଶ୍ବର: ବାଲେଶ୍ବର ଜିଲ୍ଲା ବାହାନଗା ବଜାର ଷ୍ଟେସନରେ ହୋଇଥିବା କରମଣ୍ଡଳ ରେଳ ଦୁର୍ଘଟଣାରେ ଆହତଙ୍କୁ ଚିକିତ୍ସା ଯୋଗାଇବା, ହସ୍ପିଟାଲକୁ ସ୍ଥାନାନ୍ତର କରିବା, ମୃତକଙ୍କୁ ହସ୍ପିଟାଲକୁ ନେବା ଏବଂ ସେଠାରୁ ଭୁବନେଶ୍ବର ଏମ୍ସକୁ ସ୍ଥାନାନ୍ତର କରିବା ଆଦି ପ୍ରକ୍ରିୟାରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ୬୬ଲକ୍ଷ ୯୦ହଜାର ୨୨୮ଟଙ୍କା ଖର୍ଚ୍ଚ ହୋଇଛି। ଏନେଇ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସ୍ବତନ୍ତ୍ର ରିଲିଫ୍ କମିସନର୍ଙ୍କୁ ରିପୋର୍ଟ ଦିଆଯାଇଥିଲା। ସ୍ବାସ୍ଥ୍ୟ ବିଭାଗର ଏହି ଖର୍ଚ୍ଚକୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ଭରଣା କରାଯାଇଛି। ଏନେଇ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏନ୍ଏଚ୍ଏମ୍ ପରିଚାଳନା ନିର୍ଦ୍ଦେଶକ, ଷ୍ଟେଟ୍ ହେଲ୍ଥ ଆସୁରାନ୍ସ ସୋସାଇଟିର ସିଇଓ, ଓଡ଼ିଶା ରାଜ୍ୟ ଔଷଧ ନିିଗମର ପରିଚାଳନା ନିର୍ଦ୍ଦେଶକ, ବାଲେଶ୍ବର ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ, ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ଅବଗତ କରାଯାଇଛି।
Advertisment
Sambad is now on WhatsApp
Join and get latest news updates delivered to you via WhatsApp