ଚନ୍ଦନ ବୋଡ଼ାକୁ ମାରିଲେ ‘ବାହୁବଳୀ’ ଓ ‘କୁନ୍ଦନ’

ବାରଙ୍ଗ : ନନ୍ଦନକାନନ ପ୍ରାଣୀ ଉଦ୍ୟାନର ଦୁଇ ମହାବଳ ବାଘ ‘ବାହୁବଳୀ ‘ଓ ‘କୁନ୍ଦନ’ସେମାନେ ରହୁଥିବା ୩୧ ନମ୍ବର ‘ଖ’ ଖୁଆଡ଼ ମଧ୍ୟକୁ ପଶି ଆସିଥିବା ଏକ ସାଢ଼େ ତିନି ଫୁଟ୍‌ ଲମ୍ବର ବିଷଧର ଚନ୍ଦନ ବୋଡ଼ା ସାପକୁ ମାରି ଦେଇଛନ୍ତି। ଅପରାହ୍ଣ ୪ଟା ବେଳେ ପର୍ଯ୍ୟଟକମାନେ ୩୧ ନମ୍ବର ‘ଖ’ ଖୁଆଡ଼ ସମ୍ମୁଖରେ ଛିଡ଼ା ହୋଇଥିଲେ। ‘ବହୁବଳୀ’ ଓ ‘କୁନ୍ଦନ’ ଖୁଆଡ଼ ମଧ୍ୟରେ ବିଶ୍ରାମ କରୁଥିଲେ। ଏହି ସମୟରେ କୁନ୍ଦନର ନଜର ପଡ଼ିଥିଲା ଚନ୍ଦନ ବୋଡ଼ା ଉପରେ। ସାଫରର ଫୁତ୍‌କାରରେ କୁନ୍ଦନ ପଛକୁ ହଟିଆସିଥିଲା। ବାହୁବଳୀ ଏ ସବୁ ଦେଖି ଗର୍ଜନ କରିଥିଲା। ଏପରିକି ସାପଟି କୁନ୍ଦନକୁ ଆକ୍ରମଣ କରିବାକୁ ଉଦ୍ୟମ କଲାବେଳେ ବାହୁବଳୀ ତତ୍‌କ୍ଷଣାତ ସାପକୁ ଦୂରକୁ ଫିଙ୍ଗି ଦେଇଥିଲା। ପରେ କୁନ୍ଦନ ତା ଲାଞ୍ଜକୁ ଗୋଡ଼ରେ ଚାପି ଦେଇଥିଲା। ସପ ଚେଷ୍ଟା କରି ମଧ୍ୟ ସେ ଆଉ ଆକ୍ରମଣ କରିବାକୁ ସକ୍ଷମ ହୋଇ ନଥିଲା। ଶେଷରେ ସେଇଠାରେ ହିଁ ସାପର ମୃତ୍ୟୁ ହୋଇଯାଇଥିଲା। ପ୍ରାୟ ୨୦ ମିନିଟ୍‌ ପରେ ଜନ୍ତୁ ରକ୍ଷକ ବହୁ ଚେଷ୍ଟାକରି ଉଭୟ ବାଘଙ୍କୁ ଖୁଆଡ଼ ମଧ୍ୟରୁ ଖାଦ୍ୟ ଗ୍ରହଣ କକ୍ଷକୁ ଆଣିଥିଲେ। ପରେ ନନ୍ଦନକାନନ ଭେଟେରିନାରି ଡାକ୍ତର ବାଘ ଦୁଇଟିଙ୍କର ରକ୍ତ ନମୂନା ପରୀକ୍ଷା କରାଯାଇଥିଲା। ସେମାନଙ୍କ ରକ୍ତରେ ବିଷ ନଥିବା ଜଣାପଡିଛି। ଦୁଇ ମହାବଳ ବାଘ ବିପଦ ମୁକ୍ତଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର