ଭଟଲି: ଭଟଲି ବ୍ଲକ ନୂଆଗଡ଼ ପଞ୍ଚାୟତର କୁଇସିରା ଗ୍ରାମରେ ଆଜି ଉତ୍ସାହ ଉଦ୍ଦୀପନା ମଧ୍ୟରେ ଜଗନ୍ନାଥ ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା ସମ୍ପନ୍ନ ହୋଇଛି। ପ୍ରତ୍ୟେକ ସ୍ଥାନରେ ଆଷାଢ଼ ମାସରେ ରଥଯାତ୍ରା ହେଉଥିବା ବେଳେ ଏଠାରେ ପ୍ରତିବର୍ଷ ଶ୍ରାବଣ ମାସରେ ରଥଯାତ୍ରା ଅନୁଷ୍ଠିତ ହୋଇଥାଏ। ଏ ଅଞ୍ଚଳର ଏହା ଶେଷରଥ ଯାତ୍ରା ଭାବରେ ଅନୁଷ୍ଠିତ ହେଉଥିବାରୁ ବହୁ ଜନସମାଗମ ହୋଇଥିଲା। ପରମ୍ପରାକ୍ରମେ ଆଜି ମନ୍ଦିରରେ ମହାପ୍ରଭୁଙ୍କ ଦୈନିକ ପୂଜା ନୀତି ପରେ ପହଣ୍ଡି ବେଶ ହୋଇ ରଥାରୂଢ଼ କରାଯାଇଥିଲା। ଜମିଦାର ଫଗୁଲାଲ ସିଂ ଛେରାପହରା କରିଥିବାବେଳେ ମନ୍ଦିରର ପୂଜକ ରାଜୀବ ରଥ ପୂଜାର୍ଚ୍ଚନା କରିଥିଲେ।
ରଥର ଡାହୁକ ଟିକେଲାଲ ମେହେର ଓ ଚକା ମହେରଙ୍କୁ ଆଜ୍ଞାମାଳ ଦେବା ପରେ ଡାହୁକ ଗୀତ ଗାନ କରିବା ପରେ ରଥଟଣା ଆରମ୍ଭ ହୋଇଥିଲା। ଡାହୁକଙ୍କ ଗୀତ ତାଳେ ତାଳେ ଭକ୍ତଙ୍କ ହରିବୋଲ ହୁଳହୁଳି ମଧ୍ୟରେ ରଥଦାଣ୍ଡ ପଡିଆରେ ରଥ ପହଞ୍ଚିଥିଲା। ସେଠାରେ ପୂଜାର୍ଚ୍ଚନା କରିବା ପରେ ନବଜାତ ଶିଶୁ ମାନଙ୍କ ରଥଛୁଆଁ କାର୍ଯ୍ୟକ୍ରମ ହୋଇଥିଲା। ସନ୍ଧ୍ୟାରେ ପୁଣି ରଥଦାଣ୍ଡ ପଡିଆରୁ ବାହାରି ମନ୍ଦିରରେ ପହଞ୍ଚିଥିଲା। ଅତିଥି ଭାବରେ ଭଟଲି ବ୍ଲକ ଅଧ୍ୟକ୍ଷ ନିତ୍ୟାନନ୍ଦ ପଧାନ ଓ ସରପଞ୍ଚ ଦୁର୍ବାସା ପଧାନ ଯୋଗଦାନ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/08/3-2.jpg)