ରାଉରକେଲା : ସ୍ମାର୍ଟସିଟି ରାଉରକେଲାରେ ଶାନ୍ତିଶୃ୍ଙ୍ଖଳାର ସହ ଶେଷ ହୋଇଛି ବାହୁଡା ଯାତ୍ରା। ଭକ୍ତଙ୍କ ଗହଣରେ ଗୁଣ୍ଡିଚା ମନ୍ଦିରୁ ବାହାରି ସିଂହ୍ନଦ୍ବାରରେ ପହଞ୍ଚିଛନ୍ତି ତିନି ଠାକୁର। ବିଧି ଅନୁସାରେ ଜନ୍ମବେଦୀରୁ ଚର୍କରାଜ ଶ୍ରୀ ସୁଦର୍ଶନଙ୍କୁ ପହଣ୍ଡିରେ ଆସି ମାଁ ସୁଭଦ୍ରାଙ୍କ ‘ଦେବଦଳନ’ ରଥରେ ବିଜେ ହୋଇଥିଲେ। ବଳଭଦ୍ର ‘ତାଳଧ୍ବଜ‘, ମା’ ସୁଭଦ୍ରା ‘ଦର୍ପଦଳନ’ ଓ ଶେଷରେ କାଳିଆ ଠାକୁର‘ନନ୍ଦି ଘୋଷ’ ରଥରେ ବିଜେ ହୋଇଥିଲେ। ତିନି ଠାକୁର ରଥାରୁଢ଼ ପରେ ଆରମ୍ଭ ହୋଇଥିଲା ଛେରା ପହଁରା। ଭକ୍ତମାନେ ମହାପ୍ରଭୁ ବଳଭଦ୍ର, ପରେ ଦେବୀ ସୁଭଦ୍ରା ଓ ଶେଷରେ ମହାପ୍ରଜୁ ଜଗନ୍ନାଥ ରଥଙ୍କୁ ଭକ୍ତମାନେ ଟାଣି ଆଣିଥିଲେ ଜଗନ୍ନାଥ ମନ୍ଦିରକୁ। ଜୟ ଜଗନ୍ନାଥ, ହରିବୋଲ, ହୁଳହୁଳି, ସଂକୀର୍ତ୍ତନ ଧ୍ବନିରେ ପ୍ରକମ୍ପିତ ହୋଇଥିଲା ସମଗ୍ର ସହର।
ସହରର ସର୍ବପୁରାତନ ସେକ୍ଟର-୩ ଅହିରାବନ୍ଧ ଜଗନ୍ନାଥ ମନ୍ଦିର, ଛେଣ୍ଡ କଲୋନି ଏଲ୍ସିଆର୍ ବ୍ଲକ ମନ୍ଦିର,ଉଦିତନଗର ପଞ୍ଚଦେବ ମନ୍ଦିର, ଛେଣ୍ଡ କଲୋନୀ ଦେବ ବିହାର, ବାସନ୍ତି କଲୋନି, କୋଏଲ ନଗର ‘ ଏ’ ଓ ‘ସି’ ବ୍ଲକ, ପ୍ଲାଣ୍ଟସାଇଟ୍, ହନୁମାନବାଟିକା, ସେକ୍ଟର-୬, ପାନପୋଷ ତାରିଣୀ ମନ୍ଦିର, ବାସନ୍ତିକଲୋନି କଳ୍ପତରୁ ଆଶ୍ରମ, ଦେଓଗାଁ, ବନ୍ଧମୁଣ୍ଡା, ଫର୍ଟିଲାଇଜର, ସେକ୍ଟର-୨୧ ନୟାବଜାର, ଟିମ୍ବର କଲୋନି ଆଦି ପ୍ରମୁଖ ଜଗନ୍ନାଥ ବାହୁଡାଯାତ୍ରା ବାହୁଡା ଯାତ୍ରା ଶେଷ ହୋଇଛି। ସେକ୍ଟର-୩ ଜଗନ୍ନାଥ ମନ୍ଦିର ଠାକୁର ରାଜା ତଥା ରାଉରକେଲା ଇସ୍ପାତ କାରଖାନା (ଆର୍ଏସ୍ପି)ର ଭାରପ୍ରାପ୍ତ ନିର୍ଦ୍ଦେଶକ ଅତୁନ ଭୌମିକ ତିନି ରଥର ଛେରା ପହଁରା କରିଥିଲେ। ଅପରାହ୍ନ ୨ଟା ପରେ ରଥଟଣା ଆରମ୍ଭ ହୋଇଥିଲା। ପରେ ମହିଳାମାନେ ସୁଭଦ୍ରା ଓ ପୁରୁଷ ଶ୍ରଦ୍ଧାଳୁମାନେ ବଳଭଦ୍ର ଓ ଜଗନ୍ନାଥ ରଥଙ୍କୁ ଜଗନ୍ନାଥ ମନ୍ଦିରକୁ ଟାଣି ଆଣିଥିଲେ। ସଂଧ୍ୟା ସାଢ଼େ ୭ଟାରେ ତିନି ରଥ ସେକ୍ଟର-୨ ଶ୍ରୀମନ୍ଦିରରେ ପହଞ୍ଚିଥିଲେ। ଛେଣ୍ଡ ଭିଏସ୍ଏସ୍ ମାର୍କେଟ ସମ୍ମୁଖ ଗୁଣ୍ଡିଚା ମନ୍ଦିରରୁ ତିନି ଠାକୁର ରଥାରୁଢ଼ ହୋଇ ଏଲ୍ସିଆର୍ ବ୍ଲକ ଜଗନ୍ନାଥ ମନ୍ଦିରରେ ପହଞ୍ଚିଥିଲା। ରାଜା ସୁନୀଲ ଦାଶ ଛେରା ପହଁରା କରିଥିଲେ। ବ୍ରାଇଟ୍ ଲେନ୍ ୱେଲ୍ଫେୟାର କମିଟିର ସମସ୍ତ କର୍ମକର୍ତ୍ତା କାର୍ଯ୍ୟକ୍ରମ ପରିଚାଳନାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।
ଅନ୍ୟମାନଙ୍କ ମଧ୍ୟରେ ମନ୍ଦିର ପରିଚାଳନା କମିଟିର ମନ୍ଦିର ପରିଚାଳନା କମିଟିର ସଭାପତି ଅପୁ ନାୟକ, ଉପସଭାପତି ସୂର୍ଯ୍ୟ ସାହୁ, ସାଧାରଣ ସମ୍ପାଦକ ଜେଣ୍ଟଲ ପରିଡା, କୋଷାଧ୍ୟକ୍ଷ ହରେକୃଷ୍ଣ ବିଶ୍ବାଳ, ପ୍ରିନ୍ସ ଦାସ, କୁଳମଣି ଦାସ, ଦୀପକ ଗଙ୍ଗାଗୋ, ସୂର୍ଯ୍ୟମଣି ବେହେରା, ନିହାର ଦାସ,କୃଷ୍ଣ ବିଶ୍ବାଳ, ମୁନା ବାରିକ୍ଙ୍କ ସମେତ ଅନ୍ୟମାନେ କାର୍ଯ୍ୟକ୍ରମ ପରିଚାଳନାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ରେଳୱେ ଷ୍ଟେସନ ସଙ୍କଟମୋଚନ ମାଉସୀ ମା’ ମନ୍ଦିରରୁ ତିନି ରଥ ମୁଖ୍ୟ ରାସ୍ତା ଦେଇ ଉଦିତନଗରସ୍ଥିତ ପଞ୍ଚଦେବ ମନ୍ଦିରରେ ପହଞ୍ଚିଥିଲେ। ମାଲଗୋଦାମ ମାଉସୀ ମା’ ମନ୍ଦିରରେ ଠାକୁର ରାଜା ଡ. ଗୋପବନ୍ଧୁ ଭୋଳ ଛେରା ପହଁରା କରିଥିଲେ। ପରେ ଭକ୍ତମାନେ ତିନି ଠାକୁରଙ୍କ ରଥକୁ ବାସନ୍ତିକଲୋନୀ ଜଗନ୍ନାଥ ମନ୍ଦିରକୁ ଟାଣି ଆଣିଥିଲେ। କଳିଙ୍ଗ ବିହାର ଉମାଶଙ୍କର ପୀଠ ଗୁଣ୍ଡିଚା ମନ୍ଦିରରୁ ବାହାରି ତିନି ଠାକୁର ଛେଣ୍ଡ କଲୋନି ପାହାଡ଼ ପାର୍ଶ୍ବ ଦେବବିହାର ଜଗନ୍ନାଥ ମନ୍ଦିର ପହଞ୍ଚିଥିଲା। ଦେବବିହାର ସେବା ସମିତି ପକ୍ଷରୁ ସଭାପତି ଅଭୟ ମହାପାତ୍ର, ସାଧାରଣ ସମ୍ପାଦକ ରମେଶ ଚନ୍ଦ୍ର ଜେନାଙ୍କ ନେତୃତ୍ବରେ ସମସ୍ତ କାର୍ଯ୍ୟ ସମ୍ପାଦନ ହୋଇଥିଲା। ଠାକୁର ରାଜା ଭାବେ ସାଧାରଣ ସମ୍ପାଦକ ଶ୍ରୀ ଜେନା ତିନି ରଥରେ ଛେରା ପହଁରା କରିଥିଲେ। ଜଗନ୍ନାଥ ରଥରେ ମହେଶ୍ବର ପାଢ଼ୀ, ବଳଭଦ୍ର ରଥରେ ଜ୍ଞାନେନ୍ଦ୍ର ପାଣିଗ୍ରାହୀ ଓ ସୁଭଦ୍ରାଙ୍କ ରଥରେ ମୃ୍ତ୍ୟୁଞ୍ଜୟ କର ପ୍ରମୁଖ ଦାୟିତ୍ବ ତୁଲାଇଥିଲେ। ଅମର ସାହୁ, ଉତ୍ତମ ନାୟକ, ପୁରୁଷୋତ୍ତମ ଜେନା, ଶରତ ଦାସ, ଭଗବତୀ ପ୍ରଧାନଙ୍କ ସମେତ ଅନ୍ୟମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ପ୍ଲାଣ୍ଟସାଇଟ୍ ଗୁଣ୍ଡିଚା ମନ୍ଦିରରୁ ତିନି ଠାକୁରଙ୍କ ରଥ ରିଂ ରୋଡ ଦେଇ ହନୁମାନବାଟିକା ଜଗନ୍ନାଥ ମନ୍ଦିରରେ ପହଞ୍ଚିଥିଲା। ସେକ୍ଟର-୨୦ ମାଉସୀ ମା’ ମନ୍ଦିରରୁ ତିନି ଠାକୁର ରଥ ଏ ବ୍ଲକ ଜଗନ୍ନାଥ ମନ୍ଦିର, ସେକ୍ଟର-୮ ମାଉସୀ ମା’ ମନ୍ଦିରର ତିନି ଠାକୁରଙ୍କ ରଥ ସେକ୍ଟର-୬ ଏଚ୍ ବ୍ଲକ ଜଗନ୍ନାଥ ମନ୍ଦିରରେ ପହଞ୍ଚିଲା। ଠାକୁର ରାଜା ପ୍ରଦୀପ କୁମାର ଧଳ ଛେରା ପହଁରା କରିଥିଲେ। ମନ୍ଦିରର ସାଧାରଣ ସମ୍ପାଦକ ଦିଲୀପ ଦାସ, ଦେବେନ୍ଦ୍ର ଆଚାର୍ଯ୍ୟ, ଅକ୍ଷୟ ଜେନା, ସୁବାସ ପାତ୍ର, ଅଶୋକ ସ୍ବାଇଁ,ଅମୂଲ୍ୟ ନାୟକ, ଜ୍ୟୋତି ମିଶ୍ର ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ। କୋଏଲନଗର ‘ସି’ ବ୍ଲକସ୍ଥ ଗୁଣ୍ଡିଚା ମନ୍ଦିରର ବାହୁଡ଼ାଯାତ୍ରା ଶେଷ ହୋଇଛି।
ଅପରାହ୍ନ ପ୍ରାୟ ସାଢ଼େ ୧୨ଟାରେ ତିନି ଠାକୁରଙ୍କ ସହ ସୁଦର୍ଶନଙ୍କ ପହଣ୍ଡି ହୋଇଥିଲେ। ନୀଳକଣ୍ଠେଶ୍ବର ସେବା ଟ୍ରଷ୍ଟ ଓ ପରିଚାଳନା କମିଟିର କର୍ମକର୍ତ୍ତାମାନେ ସକ୍ରିୟ ଭୂମିକା ଗ୍ରହଣ କରିଥିଲେ। ପାନପୋଷ କାଳୀ ମନ୍ଦିର ମାଉସୀ ମା’ ମନ୍ଦିରରୁ ତିନି ଠାକୁରଙ୍କ ରଥଙ୍କୁ ଭକ୍ତମାନେ ଟାଣି ଟାଣି ସର୍କିଟ ହାଉସସ୍ଥିତ ଜଗନ୍ନାଥ ମନ୍ଦିରକୁ ନେଇଥିଲେ। ଏସ୍ଟିଆଇ ଛକ ମାଉସୀ ମା’ ମନ୍ଦିର ରଥ ତାରିଣୀ ମନ୍ଦିର ଜଗନ୍ନାଥ ମନ୍ଦିର, ତରକେରାସ୍ଥିତ ମାଉସୀ ମା’ ମନ୍ଦିରରୁ ତିନି ଠାକୁରଙ୍କ ରଥ ଦେଓଗାଁ ଜଗନ୍ନାଥ ମନ୍ଦିରରେ ପହଞ୍ଚିଥିଲା। ସାରନଗରୀ ଇ ବ୍ଲକ ମାଉସୀ ମା ମନ୍ଦିରରେ ରଥରେ ରାଜା ସୂର୍ଯ୍ୟକାନ୍ତ ମିଶ୍ର ଛେରା ପହଁରା କରିଥିଲେ। ଭକ୍ତମାନେ ତିନି ଠାକୁରଙ୍କ ରଥକୁ ଇ ବ୍ଲକ, ଗଞ୍ଜୁ ମାର୍କେଟ, ଆଇଡିଏଲ୍ ଛକ, ନାରାୟଣ ମାର୍କେଟ ଦେଇ ଜଗନ୍ନାଥ ମନ୍ଦିରରେ ପହଞ୍ଚିଥିଲା। ଅସୁରଛାପଲସ୍ଥିତ ମାଉସୀ ମା ମନ୍ଦିର ରଥ ବାଲିଯୋଡି ସ୍ବପ୍ନେଶ୍ବର ମନ୍ଦିର ପହଞ୍ଚିଲା। ଶହ ଶହ ଶ୍ରଦ୍ଧାଳୁ ମହାପ୍ରଭୁ ରଥଙ୍କୁ ଡି ସେକ୍ଟର, ସି, ବି ଓ ଶେଷରେ ଡିଜେଲ କଲୋନି ଛକ ଦେଇ ଜଗନ୍ନାଥ ମନ୍ଦିରରେ ପହଞ୍ଚିଲା।