ସୁକିନ୍ଦା : ସୁକିନ୍ଦାରେ ବୁଧବାର ଦିନ ବାହୁଡ଼ାଯାତ୍ରା ପାଇଁ ଶ୍ରୀଜିଉମାନଙ୍କୁ ପହଣ୍ଡି କରାଯାଇଛି। ନଅଦିନ ପରେ ମହାପ୍ରଭୁ ଶ୍ରୀ ମନ୍ଦିର ଫେରିବେ। ତଦନୁଯାୟୀ ସକାଳ ଧୂପ, ମଙ୍ଗଳା ଆଳତି ହୋଇଥିଲା। ବର୍ଷା ଛାଡ଼ିବା ପରେ ଅପରାହ୍‌ଣରେ ସୁକିନ୍ଦାଗଡ଼ର ରାଜାସାହେବ ଭୂଦେବ ଭୂପତି ହରିଚନ୍ଦନ ମହାପାତ୍ର ରାଜନଅରରୁ ଗୁଣ୍ଡିଚାବାଡ଼ି ମାଉସୀମା’ ମନ୍ଦିରରେ ପହଞ୍ଚିଥିଲେ। ପରେ ପହଣ୍ଡି ଆରମ୍ଭ ହୋଇଥିଲା। ଝିପିଝିପି ବର୍ଷା ସତ୍ତ୍ଵେ ହଜାରହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା। ଚତୁର୍ଦ୍ଧାମୂର୍ତ୍ତଙ୍କ ପହଣ୍ଡି ସମାପନ ପରେ ରାଜାସାହେବଙ୍କ ଦ୍ଵାରା ଛେରାପହଁରା କରାଯାଇ ଆଜି ଅଢ଼େଇ ହାତ ରଥ ଟଣାଯାଇଥିଲା। ଆସନ୍ତାକାଲି ସମ୍ପୂର୍ଣ୍ଣ ରଥ ଟଣା ହେବ।

Advertisment