ଆଜି ପବିତ୍ର ବାହୁଡା ଯାତ୍ରା, ସୁଦର୍ଶନଙ୍କ ପହଣ୍ଡି ସରିଲା ,ଏବେ ଚାଲିଛି ବଡ଼ ଠାକୁର ବଳଭଦ୍ରଙ୍କ ପହଣ୍ଡି ବିଜେ

ପୁରୀ: ଆଜି ହେଉଛି ପବିତ୍ର ବାହୁଡା ଯାତ୍ରା । ଏହି ଅବସରରେ ଶ୍ରୀଜିଉଙ୍କ ଯଥାରୀତି ନୀତିକାନ୍ତି ଶେଷ ହେବା ପରେ ନିର୍ଦ୍ଧାରିତ ସମୟ ପୂର୍ବରୁ ସକାଳ ୯.୧୫ରୁ ଆରମ୍ଭ ହୋଇଥିଲା ଚକ୍ରରାଜ ସୁଦର୍ଶନଙ୍କ ପହଣ୍ଡି  ।
ମା’ ସୁଭଦ୍ରାଙ୍କ ଦେବଦଳନ ରଥରେ ସ୍ଥାପନା କରିବା ପାଇଁ ସେବାୟତ ମାନେ ଆରମ୍ଭ କରିଥିଲେ ସୁଦର୍ଶନଙ୍କ ପହଣ୍ଡି ବିଜେ ନୀତି । ଏହାପରେ ଏବେ ଚାଲିଛି ବଡ଼ ଠାକୁର ବଳଭଦ୍ରଙ୍କ ପହଣ୍ଡି ବିଜେ । ତେବେ ମହାପ୍ରଭୁଙ୍କୁ ଦେଖିବା ପାଇଁ ବଡଦାଣ୍ଡରେ ଭକ୍ତଙ୍କ ଭିଡ ଜମିଛି ।ରତ୍ନବେଦୀରୁ ଜନ୍ମବେଦୀକୁ ଆସିଥିଲେ ଚତୁର୍ଦ୍ଧା ମୂରତି।

ଆଜି ତାଙ୍କର ଏହି ନବଦିନାତ୍ମକ ଯାତ୍ରାର ଅନ୍ତିମ ଦିନ । ପୁଣି ଥରେ ଶ୍ରୀମନ୍ଦିର ଅଭିମୁଖେ ଯାତ୍ରା କରିବେ ତିନିଠାକୁର । ଧାଡ଼ିରେ ପହଣ୍ଡିବିଜେ କରୁଛନ୍ତି ଶ୍ରୀଜୀଉ। ଏହା ପରେ ମା’ ସୁଭଦ୍ର ଓ ଶେଷରେ କାଳିଆ ଠାକୁର ପହଣ୍ଡିରେ ରଥକୁ ଆସିବେ।

ଘଣ୍ଟ, ଖୋଳ, କାହାଳୀ ନାଦରେ ପ୍ରକମ୍ପିତ ହେଉଛି ଶରଧାବାଲିର ଦାଣ୍ଡ । ବାହୁଡ଼ାରେ ମଧ୍ୟ ଲକ୍ଷାଧିକ ଭକ୍ତଙ୍କର ସମାଗମ ହୋଇଥିବା ଜଣାଯାଇଛି ।

ସମ୍ବନ୍ଧିତ ଖବର