ରତ୍ନବେଦୀକୁ ଗଡ଼ିଲା ତାଳଧ୍ୱଜ ରଥ, ପରେ ପରେ ରହିଛି ନନ୍ଦିଘୋଷ ଓ ଦେବଦଳନ

ପୁରୀ: ପହଣ୍ଡି ପରେ ସରିଲା ତିନି ଠାକୁରଙ୍କ ରଥରେ ଛେରା ପହଁରା ନୀତି ।  ଆଉ କରୋନା କଟକଣା ଭିତରେ ଆରମ୍ଭ ହୋଇଛି ମହାବାହୁଙ୍କ ରଥଟଣା । ବିଶ୍ୱରେ କରୋନା ମହାମାରୀ ଭିତରେ ଶ୍ରୀକ୍ଷେତ୍ରରେ ଆରମ୍ଭ ହୋଇଥିବା ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରାର ଆଜି ହେଉଛି ବାହୁଡାଯାତ୍ରା । ନବ ଦିନାତ୍ମକ ଲୀଳା ଖେଳା ସାରି ଜନ୍ମବେଦୀରୁ ପୁଣି ଆଜି ରତ୍ନବେଦୀକୁ ଫେରିଯିବେ କାଳିଆ ଗୋସାଇଁ ।  ପରମ୍ପରା ଅନୁସାରେ, ପ୍ରଥମେ ଆରମ୍ଭ ହୋଇଛି ବଡଠାକୁର ପ୍ରଭୁ ଶ୍ରୀବଳଭଦ୍ରଙ୍କ ତାଳଧ୍ୱଜ ରଥଟଣା । ରଥାରୁଢ ବଡଠାକୁରଙ୍କ ରଥକୁ ସେବାୟତମାନେ ଟାଣି ନେଉଛନ୍ତି ନୀଳକନ୍ଦରକୁ ।

ନବ ଦିନାତ୍ମକ ଯାତ୍ରା ସାରି ଆଜି ଶ୍ରୀମନ୍ଦିର ଅଭିମୁଖେ ଗଡିଲା ଚତୁର୍ଦ୍ଧାମୂରତିଙ୍କ ରଥ । ପରମ୍ପରା ଅନୁଯାୟୀ ସମସ୍ତ ନୀତି ଶେଷ ପରେ ପୁନର୍ବାର ରଥରେ ବସି ତିନି ଠାକୁର ରତ୍ନବେଦୀ ଅଭିମୁଖେ ମହାପ୍ରଭୁ । ସମସ୍ତ ରୀତିନୀତି ସୁରୁଖୁରରେ ସଂପନ୍ନ ହୋଇଛି । ମଧ୍ୟାହ୍ନ ସୁଦ୍ଧା ପହଣ୍ଡି ନୀତି ଏବଂ ପରେ ଛେରାପହଁରା ନୀତି ଶେଷ ହୋଇଛି । ନିର୍ଧାରିତ ସମୟ ପୂର୍ବରୁ ବଡ଼ ଠାକୁର ଶ୍ରୀବଳଭଦ୍ରଙ୍କ ରଥ ତାଳଧ୍ୱଜ ରଥ ପ୍ରଥମେ ଟଣା ହେବା ଆରମ୍ଭ ହୋଇଯାଇଛି।

ସମ୍ବନ୍ଧିତ ଖବର