ଦୂରଦର୍ଶନରେ ଘୋଷଯାତ୍ରା, ଆଜି ସକାଳ ୭ଟା ୩୦ରୁ ବାହୁଡ଼ା ଯାତ୍ରାର ସିଧାପ୍ରସାରଣ

ସୁନାବେଶ, ଅଧରପଣା ଓ ନୀଳାଦ୍ରିବିଜେର ସିଧାପ୍ରସାରଣ ହେବ

ଭୁବନେଶ୍ବର: କରୋନା ମହାମାରୀ ସମୟରେ ଦୂରଦର୍ଶନରେ ରଥଯାତ୍ରାର ସିଧା ପ୍ରସାରଣ କରାଯାଇଛି। ସୁପ୍ରିମକୋର୍ଟଙ୍କ ଐତିହାସିକ ରା‌ୟ, କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜାରି ନିର୍ଦେଶାବଳୀ ଅନୁଯାୟୀ ରଥଯାତ୍ରାର ସିଧା ପ୍ରସାରଣ ଦୂରଦର୍ଶନରେ କରାଯାଇ ବୈଦ୍ୟୁତିକ ଗଣମାଧ୍ୟମ/ୱେବମିଡିଆକୁ ମାଗଣାରେ କମନ୍‌ ଫିଡ୍‌ ଉପଲବ୍ଧ କରାଯାଇଛି ବୋଲି ଦୂରଦର୍ଶନ ପକ୍ଷରୁ ସୂଚନା ଦିଆଯାଇଛି।

ଜୁଲାଇ ୧ ତାରିଖ ତଥା ବୁଧବାର ସକାଳ ୭ଟା ୩୦ରୁ ବାହୁଡ଼ା ଯାତ୍ରାର ସିଧାପ୍ରସାରଣ କରାଯିବ। ସେହିପରି ୨ ତାରିଖ ଅପରାହ୍ନ ୩ଟା ୩୦ରୁ ସୁନାବେଶ, ୩ ତାରିଖ ଅପରାହ୍ନ ୪ଟା ୩୦ରୁ ଅଧରପଣା ଓ ୪ ତାରିଖ ଅପରାହ୍ନ ୩ଟାରେ ନୀଳାଦ୍ରିବିଜେର ସିଧା ପ୍ରସାରଣ ହେବ। ବାହୁଡ଼ା ଯାତ୍ରା ଓ ସୁନ‌ାବେଶର ଲାଇଭ୍‌ ୱେବକାଷ୍ଟ ‘http://rathjatra.nic.in’ ମାଧ୍ୟମରେ ଉପଲବ୍ଧ ହେବ। ବାହୁଡ଼ା ଯାତ୍ରା, ସୁନାବେଶ, ଅଧରପଣା ଓ ନୀଳାଦ୍ରିବିଜେର ଲାଇଭ୍‌ ଷ୍ଟ୍ରିମିଂ ଡିଡି-ଓଡ଼ିଆର ୟୁ-ଟ୍ୟୁବ ଚ୍ୟାନେଲ୍‌ ‘www.youtube.com/c/ddodisha’ରେ ମଧ୍ୟ ଦର୍ଶକମାନେ ପାଇପାରିବେ ବୋଲି ଦୂରଦର୍ଶନ ପକ୍ଷରୁ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି। ଏହି ସାମ୍ବାଦିକ ସମ୍ମିଳନୀରେ ଦୂରଦର୍ଶନ କେନ୍ଦ୍ର, ଭୁବନେଶ୍ବରର ଡେପୁଟି ଡାଇରେକ୍ଟର ଜେନେରାଲ(ଇଞ୍ଜିନିୟରିଂ) ଧ୍ରୁବ ନନ୍ଦ, କାର୍ଯ୍ୟକ୍ରମ ମୁଖ୍ୟ ଦୀପ୍ତି ମିଶ୍ର, ଯୁଗ୍ମ ନିର୍ଦେଶକ(ନ୍ୟୁଜ୍‌) ବି.ଏନ୍‌. ଅଧିକାରୀ, ଆସିଷ୍ଟାଣ୍ଟ ଡାଇରେକ୍ଟର(ଇ) ପି. କେ ଲେଙ୍କା, ପ୍ରୋଗ୍ରାମ ଏକ୍‌ଜିକ୍ୟୁଟିଭ୍‌(କୋର୍ଡିନେଟର) ‌ପି. କେ ପଟ୍ଟନାୟ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର