ବହୁଜନ କ୍ରାନ୍ତି ମୋର୍ଚ୍ଚା ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

ଭବାନୀପାଟଣା : ଗତ କିଛିଦିନ ତଳେ ଫ୍ରାନ୍‌ସରେ ଜଣେ ଶିକ୍ଷକ ପୈଗେମ୍ବର ମହମ୍ମଦଙ୍କ ଏକ ବିବାଦୀୟ କାର୍ଟୁନ୍ ତିଆରି କରି ବିଶ୍ୱରେ ବିବାଦ ସୃଷ୍ଟି କରିଥିଲେ । ଜଣେ କଠୋରପନ୍ଥୀ ସେ ଶିକ୍ଷକଙ୍କୁ ହତ୍ୟାକରିଥିଲେ । ପୈଗେମ୍ବର ମହମ୍ମଦ ଯିଏକି ସମତା, ସ୍ୱତନ୍ତ୍ରତା, ବନ୍ଧୁତା ଏବଂ ନ୍ୟାୟର ବିଚାରଧାରା ବିଶ୍ୱବାସୀଙ୍କୁ ଦେଇଥିଲେ । ସେହି ମହାମାନବଙ୍କ କାର୍ଟୁନ୍ ତିଆରି କରି ତାଙ୍କୁ ଅପମାନ କରିବା ଉଚିତ ନୁହେଁ । ଏହି ବିଷୟକୁ ନେଇ ସାରା ଦେଶରେ ୫୫୦ ଜିଲ୍ଲାରେ ବହୁଜନ କ୍ରାନ୍ତି ମୋର୍ଚ୍ଚା ପକ୍ଷରୁ ରାଷ୍ଟୀୟ ମୁସ୍‌ଲିମ ମୋର୍ଚ୍ଚା, ରାଷ୍ଟ୍ରୀୟ ଖ୍ରୀଷ୍ଟିୟନ୍ ମୋର୍ଚ୍ଚା, ଭାରତ ମୁକ୍ତି ମୋର୍ଚ୍ଚା, ରାଷ୍ଟ୍ରୀୟ ପଛୁଆବର୍ଗ ମୋର୍ଚ୍ଚା, ରାଷ୍ଟ୍ରୀୟ ଆଦିବାସୀ ଏକତା ପରିଷଦ, ରାଷ୍ଟ୍ରୀୟ କିଷାନ୍ ମୋର୍ଚ୍ଚା ଏବଂ ଭାରତୀୟ ବିଦ୍ୟାର୍ଥୀ ମୋର୍ଚ୍ଚା ଘୋର ନିନ୍ଦା କରିଥିଲେ । ଯେଉଁ ଶିକ୍ଷକଙ୍କୁ ହତ୍ୟା କରାଗଲା ଇସ୍‌ଲାମ ଧର୍ମ ଅନୁସାରେ ଉଚିତ ନୁହେଁ । ଏହି ହତ୍ୟା ଘଟଣାକୁ ନିନ୍ଦା କରି କଳାହାଣ୍ଡି ବହୁଜନ କ୍ରାନ୍ତି ମୋର୍ଚ୍ଚା ତରଫରୁ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ପ୍ରଦର୍ଶନ କରାଯାଇଥିଲା ।

ରିଷିଶୁଦନ ଛତ୍ରପାଳଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଜଗଦିଶ ଯାଦବ, ସଂଜୟ ଶବର, ଠାକୁର ମଙ୍ଗରାଜ, ମହମ୍ମଦ ମେହେବୁବ ରାଜା, କଲିମୁଲ୍ଲା ଖାନ୍‌, ଆତାର ରାଜା, ଥବିର ଅହ୍‌ମେଦ ଖାନ୍‌, ମହମ୍ମଦ ସବିର, ସେଖ୍ ଆନ୍‌ସାର, ମହମ୍ମଦ ଅମ୍‌ଜାତ ଖାନ୍‌, ସେଖ୍ ଦାଉତ୍‌, ଏସ୍‌.କେ. ଆସଫ, ଖ୍ରୀଷ୍ଟୀୟାନ କମ୍ୟୁନିଟିର ଅଞ୍ଜନ କୁମାର ନାଗ , ସନ୍ତୋଷ ନାଏକ, ମହେନ୍ଦ୍ର ଧଙ୍ଗଡା ମାଝୀ, ଯୁବରାଜ ଛତ୍ରୀୟା, ଅହିଧ୍ୱଜ ନାଗ, ପୂର୍ଣ୍ଣଚନ୍ଦ୍ର ଦାସ ପ୍ରମୁଖ ଉଦବୋଧନ ଦେଇଥିଲା । ରାଷ୍ଟ୍ରୀୟ କିଶାନ ମୋର୍ଚ୍ଚା ରାଜ୍ୟ ସଭାପତି କୀର୍ତ୍ତିଚନ୍ଦ୍ର ଗଉଡ ସଭା ପରିଚାଳନା କରିଥିବା ବେଳେ ବହୁଜନ କ୍ରାନ୍ତି ମୋର୍ଚ୍ଚାର କଳାହାଣ୍ଡି ପ୍ରଭାରୀ ସୁରେଶ ଚନ୍ଦନ ଧନ୍ୟବାଦ ଅର୍ପଣ କରିଥିଲେ । ପରେ ରାଷ୍ଟ୍ରପତିଙ୍କ ଉଦେଶ୍ୟରେ ଜିଲ୍ଲାପାଳଙ୍କୁ ସ୍ମାରକ ପତ୍ର ପ୍ରଦାନ କରିଥିଲେ ।

ସମ୍ବନ୍ଧିତ ଖବର