ଡିଡି ଓଡ଼ିଆରେ ବୈଦେହୀଶ ବିଳାସ

ଭୁବନେଶ୍ବର : ଭୁବନେଶ୍ବର ଦୂରଦର୍ଶନ କେନ୍ଦ୍ର ରୀତିଯୁଗୀୟ ମହାକବି କବିସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ସର୍ବଶ୍ରେଷ୍ଠ ସାରସ୍ବତ ମହାକାବ୍ୟ ‘ବୈଦେହୀଶ ବିଳାସ’ର ବିବିଧ ପ୍ରସଙ୍ଗ ଆଧାରରେ ସ୍ବତନ୍ତ୍ର ଆଲୋଚନାଧର୍ମୀ କାର୍ଯ୍ୟକ୍ରମ ‘କବିସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ବୈଦେହୀଶ ବିଳାସ’ ପ୍ରସ୍ତୁତ କରିଛନ୍ତି।

ଏହି କାର୍ଯ୍ୟକ୍ରମରେ ‘ବୈଦେହୀଶ ବିଳାସ’ର ‘ବୈ’ ଠାରୁ ‘ସ’ ପର୍ଯ୍ୟନ୍ତ ସାତଟି ଅକ୍ଷରକୁ ନେଇ ସାତଟି ପ୍ରସଙ୍ଗରେ ଓଡ଼ିଶାର ଲବ୍ଧପ୍ରତିଷ୍ଟ ଭଞ୍ଜ ସାହିତ୍ୟ ଗବେଷକବୃନ୍ଦଙ୍କ ତଥ୍ୟ ଓ ତତ୍ତ୍ବଭିତ୍ତିକ ଆଲୋଚନା ଦେଖିବାକୁ ମିଳିବ। ବୈଦେହୀଶ ବିଳାସରେ ଯଥାକ୍ରମେ ବେଶିଷ୍ଟ୍ୟମୟୀ ବୈଦେହୀ, ଦେବୋତ୍ତମ ରାଘବ, ହିତାଦର୍ଶ ଓ ମର୍ଯ୍ୟାଦା,ଶବ୍ଦ ଓ ସ˚ଳାପ, ବିଚିତ୍ର କବିତ୍ବ, ଲାବଣ୍ୟମୟୀ ପ୍ରକୃତି ତଥା ସରସ ସଙ୍ଗୀତର ପ୍ରସାରଣ ଆଗାମୀ ଫେବ୍ରୁଆରି ୧୦ ତାରିଖ ପବିତ୍ର ଶ୍ରୀପଞ୍ଚମୀ ତିଥିରୁ ଆରମ୍ଭ ହେବ। ଏହା ଫେବ୍ରୁଆରି ୧୬ ତାରିଖ ଯାଏଁ ପ୍ରତ୍ୟହ ରାତି ୧୦ଟା ସମୟରେ ଡିଡି ଓଡ଼ିଆରେ ପ୍ରସାରିିତ ହେବ। ଏଥିସହିତ, ଏସବୁର ପୁନଃ ପ୍ରସାରଣ ଫେବ୍ରୁଆରି ୧୧ ତାରିଖଠାରୁ ୧୭ ତାରିଖ ପର୍ଯ୍ୟନ୍ତ ପ୍ରତିଦିନ ସକାଳ ୮ଟା ୩୦ମି.ରେ କରାଯିବ ବୋଲି ଦୂରଦର୍ଶନ କତ୍ତୃର୍ପକ୍ଷ ସୂଚନା ଦେଇଛନ୍ତି। କେନ୍ଦ୍ରର କାର୍ଯ୍ୟକ୍ରମ ମୁଖ୍ୟ ନୀଳାଦ୍ରି ମୋହନ ଶତପଥୀଙ୍କ ପରିକଳ୍ପନାରେ ପ୍ରସ୍ତୁତ ଏହି ସ୍ବତନ୍ତ୍ର କାର୍ଯ୍ୟକ୍ରମର ପ୍ର‌ଯୋଜନା କରିଛନ୍ତି ମାନିନୀ ସାହୁ। କାର୍ଯ୍ୟକ୍ରମକୁ ବହୁ ସ˚ଖ୍ୟାରେ ଦର୍ଶକବୃନ୍ଦ ଦେଖି ମତାମତ ଦେବା ନିମନ୍ତେ ଦର୍ଶକ ଅନୁସନ୍ଧାନ ଅଧିକାରୀ ପ୍ରାଣବନ୍ଧୁ ବେହେରା ଅନୁରୋଧ କରିଛନ୍ତି।

ସମ୍ବନ୍ଧିତ ଖବର