ଭଗଵତ-ଜାଗୀ ଭେଟ: ବିଜେପିକୁ ଯିବେ ବୈଜୟନ୍ତ!

ଭୁବନେଶ୍ବର : ଆଗାମୀ ସାଧାରଣ ନିର୍ବାଚନ ସାଙ୍ଗକୁ ଓଡ଼ିଶା ବିଧାନସଭା ଭୋଟ୍‌ ପାଇଁ ସମୟ ପାଖେଇ ଆସୁଥିବା ବେଳେ ବିଜେପିର ମାର୍ଗଦର୍ଶକ ସ˚ଗଠନ ରାଷ୍ଟ୍ରୀୟ ସ୍ବୟ˚ସେବକ ସ˚ଘ (ଆର‌୍‌ଏସ୍‌ଏସ୍‌)ର ମୁଖ୍ୟ ମୋହନ ଭଗଵତ ରାଜଧାନୀ ଭୁବନେଶ୍ବରରେ ସ˚ଘର ତିନି ଦିନିଆ ପୂର୍ବାଞ୍ଚଳ କାର୍ଯ୍ୟକର୍ତ୍ତା ସମ୍ମିଳନୀରେ ମନ୍ତ୍ରଣା ଜାରି ରଖିଛନ୍ତି। ବିଜେପି ଫୋକସ୍‌ରେ ଥିବା ଓଡ଼ିଶା ଓ ପଶ୍ଚିମବ˚ଗର ପ୍ରାନ୍ତୀୟ କର୍ମକର୍ତ୍ତାଙ୍କୁ ନେଇ ସେ ଆଲୋଚନାରେ ବ୍ୟସ୍ତ ଥିବା ବେଳେ ବିଜେଡିରୁ ବହିଷ୍କୃତ ପୂର୍ବତନ ସା˚ସଦ ବୈଜୟନ୍ତ ପଣ୍ତାଙ୍କ ପତ୍ନୀ ଜାଗୀ ମ˚ଗତ କାଲି (ରବିବାର) ପୂର୍ବାହ୍ନରେ ତାଙ୍କ ସହ ପ୍ରାୟ ଅଧଘଣ୍ଟେ ସାକ୍ଷାତ-ଆଲୋଚନା କରିବା ରାଜନୈତିକ ମହଲରେ ଭ୍ରୂକୁଞ୍ଚନ ସୃଷ୍ଟି କରିଛି। ଉଲ୍ଲେଖଯୋଗ୍ୟ, ବିଜେଡିରୁ ଇସ୍ତଫା ଦେବା ପରେ ପ୍ରାୟ ୪ ମାସ ଅତିକ୍ରାନ୍ତ ହୋଇଥିଲେ ମଧୢ ଶ୍ରୀ ପଣ୍ତା ଏ ଯାଏ ତାଙ୍କ ପରବର୍ତ୍ତୀ ରାଜନୈତିକ ପଦକ୍ଷେପ ସମ୍ପର୍କରେ କୌଣସି ସୂଚନା ଦେଇନାହାନ୍ତି। ଫଳରେ ତାଙ୍କ ରାଜନୈତିକ ଭବିଷ୍ୟତକୁ କେନ୍ଦ୍ର କରି ଦୀର୍ଘ ଦିନରୁ କଳ୍ପନାଜଳ୍ପନା ଲାଗି ରହିଛି।

ବିଜେଡିରୁ ବିଦା ହେବା ପରେ ଶ୍ରୀ ପଣ୍ତାଙ୍କ ପ୍ରତି ରାଜ୍ୟ ବିଜେପିର କିଛି ନେତାଙ୍କ ଖୋଲା ଅନୁରକ୍ତିରୁ ଅନୁମାନ କରାଯାଉଥିଲା ଯେ ସେ ବିଜେପିରେ ଯୋଗ ଦେବେ। ତେବେ ଇତିମଧୢରେ ବରିଷ୍ଠ ନେତା ବିଜୟ ମହାପାତ୍ର ଓ ରାଉରକେଲା ବିଧାୟକ ଦିଲୀପ ରାୟ ବିଜେପିରୁ ଇସ୍ତଫା ଦେବା ଓ ଏହା ପରେ ୫ଟି ରାଜ୍ୟରେ ସଦ୍ୟ ସମାପ୍ତ ବିଧାନସଭା ନିର୍ବାଚନ ଫଳ ଉପରୋକ୍ତ କଳ୍ପନାଜଳ୍ପନାକୁ ଅଧିକ ସନ୍ଦେହ ଘେରକୁ ଠେଲି ଦେଇଥିଲା। ଠିକ୍‌ ଏହି ସମୟରେ ତାଙ୍କ ପତ୍ନୀ ମଞ୍ଚେଶ୍ବରସ୍ଥିତ ଉତ୍କଳ ବିପନ୍ନ ସହାୟତା ସମିତିରେ ଭଗଵତ୍‌ଙ୍କୁ ନିରୋଳାରେ ଭେଟି ଆଲୋଚନା କରିବା ଘଟଣାକୁ ପର୍ଯ୍ୟବେକ୍ଷକ ମହଲ ଗୁରୁତ୍ବ ଦେବା ଆରମ୍ଭ କରିଛନ୍ତି। ନିର୍ଭରଯୋଗ୍ୟ ସୂତ୍ରରୁ ପ୍ରକାଶ ଯେ ଆର‌୍‌ଏସ୍‌ଏସ୍‌ ମୁଖ୍ୟଙ୍କ ୩ ଦିନିଆ ଓଡ଼ିଶା ଗସ୍ତ କାଳରେ ଶ୍ରୀ ପଣ୍ତା ତାଙ୍କୁ ଭେଟିବାର କାର୍ଯ୍ୟକ୍ରମ ଥିଲା। ମାତ୍ର ସେ ଅନୁପସ୍ଥିତ ଥିବାରୁ ତାଙ୍କ ପରାମର୍ଶରେ ପତ୍ନ ଜାଗୀ ମ˚ଗତ କାଲି ଭଗଵତ୍‌ଙ୍କୁ ଭେଟିଥିଲେ। ଉଭୟଙ୍କ ମଧୢରେ କେଉଁ ପ୍ରସଙ୍ଗରେ ଆଲୋଚନା ହେଲା, ତାହା ଜଣାପଡ଼ିନଥିଲେ ମଧୢ ବିଜେପିରେ ଶ୍ରୀ ପଣ୍ତାଙ୍କ ଯୋଗଦାନ ସମ୍ଭାବନାକୁ ଏହା ଖୋରାକ ଯୋଗାଇଛି।

ସମ୍ବନ୍ଧିତ ଖବର