ଭୁବନେଶ୍ୱର : ବିଜେଡିର କେନ୍ଦ୍ରାପଡ଼ା ଏମ୍ପି ବୈଜୟନ୍ତ ପଣ୍ଡା ଗତକାଲି ଲୋକସଭାର ପ୍ରଶ୍ନକାଳରେ ଆବଶ୍ୟକ ଡାକ୍ତର ସୃଷ୍ଟି ପାଇଁ ଓଡ଼ିଶାରେ ଅଧିକରୁ ଅଧିକ ମେଡିକାଲ କଲେଜ ଖୋଲିବା ନିମନ୍ତେ ପ୍ରସ୍ତାବ ଦେଇଛନ୍ତି। ଡାକ୍ତର ଅଭାବ ଯୋଗୁଁ କିଛି ଅଜ୍ଞ ଚିକିତ୍ସକ ବିଭିନ୍ନ ସ୍ଥାନରେ ସକ୍ରିୟ ହେଉଛନ୍ତି। ଏ ନେଇ ସେ କେନ୍ଦ୍ରାପଡ଼ା ଜିଲ୍ଲାର ଉଦାହରଣ ଦେଇଥିଲେ। ସେହିଭଳି ଡାକ୍ତର ପଦବି ପୂରଣ ପାଇଁ ସରକାର ବିକଳ୍ପ ବ୍ୟବସ୍ଥା ଭାବେ ଆୟୁର୍ବେଦ(ଆୟୁଷ) ଡାକ୍ତରଙ୍କୁ ନିଯୁକ୍ତି ଦେବା ବିଷୟ ଚିନ୍ତା କରୁଥିବା ଗଣମାଧ୍ୟମରେ ପ୍ରକାଶ ପାଇଛି। ଏ ପ୍ରକାର ବିକଳ୍ପ ବ୍ୟବସ୍ଥା ଠିକ୍ ନୁହେଁ ବୋଲି ଶ୍ରୀ ପଣ୍ଡା କହିଛନ୍ତି। ଏମ୍ପି ଶ୍ରୀ ପଣ୍ଡା ଉଠାଇଥିବା ପ୍ରସଙ୍ଗ ଉପରେ ଆବଶ୍ୟକୀୟ ପଦକ୍ଷେପ ନିଆଯିବ ବୋଲି ବିଭାଗୀୟ ମନ୍ତ୍ରୀ ତାଙ୍କ ଉତ୍ତରରେ କହିଥିଲେ।
ଓଡ଼ିଶାରେ ଅଧିକ ମେଡିକାଲ କଲେଜ ଖୋଲିବାକୁ ବୈଜୟନ୍ତଙ୍କ ଦାବି
/sambad/media/post_attachments/wp-content/uploads/2018/01/baijanty.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)