ମହାକାଳପଡ଼ା : ମୁଖ୍ୟମନ୍ତ୍ରୀଙ୍କ ସ୍ବାସ୍ଥ୍ୟକୁ ନେଇ ଅପପ୍ରଚାର ପଛରେ ତାଙ୍କର ସଂପୃକ୍ତି ନାହିଁ। ଏଭଳି ଖବରକୁ ମିଛ ଓ ଭିତ୍ତିହୀନ ବୋଲି କହିଛନ୍ତି କେନ୍ଦ୍ରାପଡ଼ା ବିଜେପି ସାଂସଦ ପ୍ରାର୍ଥୀ ବୈଜୟନ୍ତ ପଣ୍ଡା। ଶ୍ରୀ ପଣ୍ଡା କହିଛନ୍ତି, ସେ କେନ୍ଦ୍ରାପଡ଼ାବାସୀଙ୍କ ସହ ବେଇମାନୀ କରି ନାହାନ୍ତି। ୫୦ ବର୍ଷ ଧରି ବିଜୁବାବୁଙ୍କ ଘନିଷ୍ଠ ଥିବା ତାଙ୍କ ପିତା ବଂଶୀଧର ପଣ୍ଡାଙ୍କ ମରଶରୀରରେ ଫୁଲଟିଏ ଦେବାକୁ ବି ମୁଖ୍ୟମନ୍ତ୍ରୀ ଆସିଲେ ନାହିଁ କି କାହାରିକୁ ପଠାଇଲେ ନାହିଁ। ଏହା କ’ଣ ବେଇମାନୀ ନୁହେଁ କି ବୋଲି ସେ ପ୍ରଶ୍ନ କରିଛନ୍ତି।
ଆଜି ବିଷୁବ ସଂକ୍ରାନ୍ତି ଅବସରରେ ମହାକାଳପଡ଼ାସ୍ଥିତ ଦରିଆପାରି ରାମଚଣ୍ଡୀ ମନ୍ଦିର ପରିଦର୍ଶନ ବେଳେ ଶ୍ରୀ ପଣ୍ଡା ଏଭଳି ମତ ରଖିଛନ୍ତି। ଆଜି ଅପରାହ୍ନରେ ଦଳୀୟ ନେତା ଓ ସମର୍ଥକଙ୍କ ସହ ସାଂସଦ ପ୍ରାର୍ଥୀ ଶ୍ରୀ ପଣ୍ଡା ରାମଚଣ୍ଡୀ ମନ୍ଦିରରେ ପହଞ୍ଚିଥିଲେ। ମା’ଙ୍କ ପୂଜାର୍ଚ୍ଚନା କରିବା ସହ ଆଶୀର୍ବାଦ ଭିକ୍ଷା କରିବା ପରେ ସେଠାରେ ଉପସ୍ଥିତ ସାମ୍ବାଦିକମାନଙ୍କ ପ୍ରଶ୍ନର ଉତ୍ତର ଦେଇ ଏହା କହିଥିଲେ। ଶ୍ରୀ ପଣ୍ଡାଙ୍କ ସହିତ ବିଜେପିର ବିଧାୟକ ପ୍ରାର୍ଥୀ ବିଜୟ ପ୍ରଧାନ ଓ ଦଳର ଅନ୍ୟ ନେତାମାନେ ଏହି ଅବସରରେ ଉପସ୍ଥିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/04/baijanty.jpg)