ଭୁବନେଶ୍ୱର: ତୃତୀୟ ମହଲାକୁ ହେଉଥିବା ଘନ ଘନ ଶାଣିତ ଆକ୍ରମଣର ଜବାବ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ ଯେଉଁମାନେ ତୃତୀୟ ମହଲାକୁ ଟାର୍ଗେଟ କରୁଛନ୍ତି, ସେମାନଙ୍କ ପାଖରେ କୌଣସି ପ୍ରସଙ୍ଗ ନାହିଁ। ପ୍ରସଙ୍ଗ ନ ଥିବାରୁ ସେମାନେ ମୋ କାର୍ଯ୍ୟାଳୟକୁ ଟାର୍ଗେଟ କରୁଛନ୍ତି ।ବୈଜୟନ୍ତ ପଣ୍ଡା ତୃତୀୟ ମହଲାକୁ ଟାର୍ଗେଟ କରୁଥିବା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ଯେଉଁ ଦଳୀୟ ନେତା ତୃତୀୟ ମହଲାକୁ ଟାର୍ଗେଟ କରିଛନ୍ତି, ତାଙ୍କୁ ସମୟ ଆସିଲେ ଉତ୍ତର ଦିଆଯିବ। ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କ ଏହି ବୟାନ ପରେ ନିଜ ଟ୍ଵିଟର ଜରିଆରେ ଜବାବ ଦେଇଛନ୍ତି ସାଂସଦ ବୈଜୟନ୍ତ ପଣ୍ଡା।
I'm v.disheartened. Did Biju Babu also have"no other issues" when he demanded action agnst corrupt babus? If no issue, why 5 police platoons in Mahanga? Was it I who created disturbance in Mahanga? Was i not just doing my job peacefully? I still plead for my leader to examine?? https://t.co/GkJuZ3DKuV
— Baijayant Jay Panda (@PandaJay) January 12, 2018
ଶ୍ରୀ ପଣ୍ଡା ଟ୍ଵିଟ୍ କରି କହିଛନ୍ତି ଯେ ପ୍ରସଙ୍ଗ ନ ଥିଲା ତ ମୁଁ ଶାନ୍ତିପୂର୍ଣ୍ଣ ଭାବେ କାର୍ଯ୍ୟ କରୁଥିବା ବେଳେ କାହିଁକି ୫ ପ୍ଲାଟୁଡ଼୍ ଫୋସ ନିଶ୍ଚିନ୍ତାକୋଇଲି ଓ ବଚୁହାଳେରେ ନିୟାଜନ କରାଗଲା। ବିଜୁ ବାବୁ ମଧ୍ୟ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ବିରୋଧରେ କାଯ୍ୟାନୁଷ୍ଠାନ ନେଉଥିଲେ। ମୁଁ ଏବେ ବି ମୋ ଦଳର ନେତାଙ୍କୁ ମୋ ବିଶ୍ୱନୀୟତା ପରୀକ୍ଷା କରିବାକୁ ଅନୁରୋଧ କରୁଛି ବୋଲି ବୈଜୟନ୍ତ ଟ୍ଵିଟ୍ କରି ତୃତୀୟ ମହଳା ସହିତ ଚାଲିଥିବା ବିବାଦକୁ ନୂଆ ମୋଡ଼ ଦେଇଛନ୍ତି।