ଶ୍ରୀଭୂମି, ଓକ୍‌ ଇଣ୍ଡିଆ ନିର୍ଦ୍ଦେଶକଙ୍କ ଜାମିନ ଖାରଜ

କଟକ: ଶ୍ରୀଭୂମି ଗ୍ରୁପ ଅଫ୍ କମ୍ପାନିଜର ନିର୍ଦ୍ଦେଶକ ଛୋଟରାୟ ମାଝୀ ଓ ଓକ୍ ଇଣ୍ଡିଆ ମଲ୍ଟିଷ୍ଟେଟ୍ କ୍ରେଡିଟ କୋ-ଅପରେଟିଭ ସୋସାଇଟିର ନିର୍ଦ୍ଦେଶକ ଅରସଦ ହୁସେନଙ୍କ ଜାମିନ ଆବେଦନ କଟକ ସ୍ବତନ୍ତ୍ର ଅଦାଲତରେ ଖାରଜ ହୋଇଛି। ଛୋଟରାୟଙ୍କୁ ୨୦୧୮, ମେ’ ୨୪ରେ ତାଙ୍କ କ୍ରାଇମବ୍ର‌ାଞ୍ଚ ଇଓଡବ୍ଲୁ ଗିରଫ କରିଥିଲା। ଅଧିକ ସୁଧ ଓ ଜମି ଯୋଗାଇ ଦେବାକୁ କହି ଏହି ସ˚ସ୍ଥା ସାଧାରଣ ଜମାକାରୀଙ୍କ ନିକଟରୁ କୋଟି କୋଟି ଟଙ୍କା ସ˚ଗ୍ରହ କରିଥିବା ନେଇ ଅଭିଯୋଗ ହୋଇଥିଲା। ୨୦୧୫ରେ ସ˚ସ୍ଥାର ଠକେଇକୁ ନେଇ କ୍ରାଇମବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖା(ଇଓଡବ୍ଲୁ)ରେ ମାମଲା ରୁଜୁ ହୋଇଥିଲା। ସେହିଭଳି, ଅରସଦଙ୍କ ସଂସ୍ଥା ଜମାକାରୀଙ୍କ ଟଙ୍କା ହଡ଼ପ ନେଇ ଅଭିଯୋଗ ହେବା ପରେ କ୍ରାଇମବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖା ଏତଲା ରୁଜୁ କରିଥିଲା। ତାଙ୍କୁ ଗତ ଅକ୍ଟୋବର ୬ ତାରିଖରେ ଇଓଡବ୍ଲ୍ୟୁ ଗିରଫ କରିଥିଲା।

ସମ୍ବନ୍ଧିତ ଖବର