କଟକ: ଓଡ଼ିଶା ଉଚ୍ଚ ନ୍ୟାୟଳୟରେ ଓଲିଉଡର ଲୋକପ୍ରିୟ ଅଭିନେତା ବାବୁସାନ୍ ମହାନ୍ତିଙ୍କ ଆଗୁଆ ଜାମିନ ଶୁଣାଣିରେ ପୂର୍ଣ୍ଣଚ୍ଛେଦ ପଡ଼ିଛି। ସେ ୪୧ କ ନୋଟିସ ପାଇ ଥାନାରେ ହଜାର ହୋଇଥିଲେ ଏବଂ ତଦନ୍ତରେ ସହଯୋଗ କରିଥିଲେ ବୋଲି କୋର୍ଟଙ୍କୁ ଅବଗତ କରା ଯାଇଥିଲା।
ସୂଚନାଯୋଗ୍ୟ, ଅଭିନେତା ବାବୁସାନ୍ ମହାନ୍ତି ଆଗୁଆ ଜାମିନ ପାଇଁ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ଗତ ମାସ ୨୩ ତାରିଖ ଦିନ ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କ ସହ ବାବୁସାନ ଭୁବନେଶ୍ବର ବିମାନବନ୍ଦରକୁ ଯାଉଥିବା ବେଳେ ବାବୁସାନଙ୍କ ପତ୍ନୀ ତୃପ୍ତି ଶତପଥୀ ବାବୁସାନଙ୍କୁ ମାରିବା ସହ ପ୍ରକୃତିଙ୍କୁ ଟଣାଓଟରା କରିଥିଲେ। ଏହି ଘଟଣାକୁ କେନ୍ଦ୍ରକରି ମାମଲା ଆଗକୁ ବଢ଼ିଥିଲା। ପ୍ରକୃତି ମିଶ୍ରଙ୍କ ବାପା ମନ୍ମଥ ମିଶ୍ର ତୃପ୍ତି ଶତପଥୀ ଓ ତାଙ୍କ ବାପାଙ୍କ ନାମରେ ଥାନାରେ ଏତଲା ଦେଲା ପରେ ତୃପ୍ତି ମଧ୍ୟ ଭୁବନେଶ୍ବରସ୍ଥିତ ଖାରବେଳ ନଗର ଥାନାରେ ଏତଲା ପ୍ରକୃତିଙ୍କ ବିରୋଧରେ ଏତଲା ଦେଇଥିଲେ। ତୃପ୍ତିଙ୍କ ଅଭିଯୋଗକୁ ନେଇ ପୁଲିସ ମାମଲା ରୁଜୁ କରିଥିଲା।
ଏଠାରେ ଉଲ୍ଲେଖଯୋଗ୍ୟ, ବାବୁସାନଙ୍କ ବିରୋଧରେ ନିର୍ଯାତନା ଓ ଧମକ ଦେବା ନେଇ ପତ୍ନୀ ତୃପ୍ତି ଅଭିଯୋଗ କରିଥିଲେ। ପୁଲିସ ନିକଟରେ ତୃପ୍ତି ନିର୍ଦ୍ଦିଷ୍ଟ ଭାବେ ବାବୁସାନ ଓ ପ୍ରକୃତି ମିଶ୍ରଙ୍କ ବିରୋଧରେ ଅଭିଯୋଗ କରିଥିଲେ। ପୁଲିସ ତୃପ୍ତିଙ୍କ ଏତଲା ଆଧାରରେ ଆଇପିସିର ଦଫା ୪୯୮-କ ଓ ୫୦୬ରେ ମାମଲା ରୁଜୁ କରିଥିଲା। ଏହି ମାମଲାରେ ସମ୍ଭାବ୍ୟ ଗିରଫଦାରୀ ଏଡ଼ାଇବା ପାଇଁ ବାବୁସାନ ହାଇକୋର୍ଟରେ ଆବେଦନ କରିଥିଲେ। ବାବୁସାନଙ୍କ ତରଫରୁ ଆଇନଜୀବୀ ଆକାଶ ଭୂୟାଁ ମାମଲା ପରିଚାଳନା କରୁଥିଲେ।
ଅଭିନେତା ବାବୁସାନ୍ ମହାନ୍ତିଙ୍କ ଆଗୁଆ ଜାମିନ ଶୁଣାଣିରେ ପଡ଼ିଲା ପୂର୍ଣ୍ଣଚ୍ଛେଦ
/sambad/media/post_attachments/wp-content/uploads/2020/07/babusan65.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)