ଫୟାଜ ରେହେମାନ ଜାମିନ ଆବେଦନର ପରବର୍ତ୍ତୀ ଶୁଣାଣି ୫ରେ

କଟକ: ଢେଙ୍କାନାଳ ବେଲଟିକିରି ଘଟଣାର ମୁଖ୍ୟ ଅଭିଯୁକ୍ତ ଫାୟାଜ ‌େରହେମାନଙ୍କ ଜାମିନ ଆବେଦନନର ହାଇକୋର୍ଟରେ ଶୁଣାଣି ହୋଇଛି। ତଦନ୍ତର ସ୍ଥିତି ଓ ଚାର୍ଜସିଟ ପ୍ରସଂଗରେ ପରବର୍ତ୍ତୀ ଶୁଣାଣି ସମୟରେ ତଥ୍ୟ ଉପସ୍ଥାପନ ପାଇଁ ସରକାରଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଜଷ୍ଟିସ ଶତ୍ରୁଘନ ପୂଜାହାରୀଙ୍କୁ ନେଇ ଗଠିତ ଖଣ୍ଡପୀଠ ମାମଲାର ପରବର୍ତ୍ତୀ ଶୁଣାଣି ଫେବ୍ରୁଆରି ୫ରେ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ନିମ୍ନ ଅଦାଲତରେ ଜାମିନ ଖାରଜ ହେବା ପରେ ଫାୟାଜ ହାଇକୋର୍ଟରେ ନିୟମିତ ଜାମିନ ଆବେଦନ ଦାୟର କରିଥିଲେ। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ବିଜୟ କୁମାର ମିଶ୍ର ଓ ସରକାରଙ୍କ ତରଫରୁ ଏଏସସି ପ୍ରିୟବ୍ରତ ତ୍ରିପାଠୀ ମାମଲା ପରିଚାଳନା କରୁଛନ୍ତି।

ସମ୍ବନ୍ଧିତ ଖବର