କଣ୍ଟାବାଞ୍ଜି: ବହୁ ଚର୍ଚ୍ଚିତ କଳାହାଣ୍ଡି ଜିଲ୍ଲା କେଗାଁ ଥାନା ଅନ୍ତର୍ଗତ ମହାଲିଙ୍ଗସ୍ଥିତ ସନ୍‌ସାଇନ୍‌ ପବ୍ଲିକ୍‌ ସ୍କୁଲର ଅଧ୍ୟକ୍ଷା ମମିତା ମେହେର ହତ୍ୟା ମାମଲାରେ ଆଜି ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ଏଡିଜେ କୋର୍ଟରେ ଶୁଣାଣି ଶେଷ ହୋଇଛି। କୋର୍ଟ ଏହିି ମାମଲାର ମୁଖ୍ୟ ଅଭିଯୁକ୍ତ ଗୋବିିନ୍ଦ ସାହୁର ଜାମିନ୍‌ ଖାରଜ କରି ଦେଇଛନ୍ତି।

Advertisment

ବିଚାର ବିଭାଗୀୟ ଜେଲ ହାଜତରେ ଥିବା ଗୋବିନ୍ଦର ଜାମିନ୍ ପାଇଁ ତାଙ୍କ ଓକିଲ ମୋହଲ ଲାଲ୍ ଶର୍ମା କୋର୍ଟରେ ଆବେଦନ କରିଥିଲେ । ମାନ୍ୟବର କୋର୍ଟ ଏ ନେଇ ସମୟ ନିର୍ଦ୍ଧାରିତ କରିବା ପରେ ଆଜି ଅର୍ଥାତ ୨୧ ଶୁଣାଣି କରିଥିଲେ । କୋର୍ଟ ଏ ନେଇ ପୁଲିସ ଦେଇ ଥିବା ସମସ୍ତ ତଥ୍ୟ ଏବଂ କେସ୍ ଡାଏରୀକୁ ଦେଖି ପରେ ଦୁଇ ପକ୍ଷକୁ ଶୁଣିଲା ପରେ ଏହାର ଫଇସଲା କରିଥିଲେ । ତେବେ ଏହାର ଫଇସଲାରେ ମାନ୍ୟବର ଏଡିଜେ ଜମିନକୁ ଖାରଜ କରିଛନ୍ତି । ଅନ୍ୟପକ୍ଷରେ ଗୋବିନ୍ଦର ଓକିଲ ଏହା ଉପରେ ବିଚାର କରି ଆଗକୁ ପଦକ୍ଷେପ ନିଆଯିବ ବୋଲି ନିଜ ପ୍ରତିକ୍ରୟା ରଖଛନ୍ତି ।

ସୂଚନାଯୋଗ୍ୟ, ମମିତା ମେହେର ଗତ ଅକ୍ଟୋବର ମାସ ୮ ତାରିଖରେ ସ୍କୁଲକୁ ଯାଇ ନିଖୋଜ ହୋଇଥିଲେ। ଅକ୍ଟୋବର ୧୮ ତାରିଖରେ ତାଙ୍କର ମୃତଦେହ ଷ୍ଟାଡିୟମ୍‌ରୁୁ ଉଦ୍ଧାର ହୋଇଥିଲା। ଏହି ମାମଲାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଓ ତା’ର ଗାଡ଼ି ଡ୍ରାଇଭର ରାଧେଶ୍ୟାମ ଚଣ୍ଡୀଙ୍କୁ ପୁଲିସ ଗିିରଫ କରିିଛି। ଏହି ମାମଲାକୁ କେନ୍ଦ୍ର କରି ରାଜ୍ୟରେ ବିଗତତ ଦିନରେ ବିିଜେପି ଓ କଂଗ୍ରେସ ଜୋରଦାର ବିରୋଧ ପ୍ରଦର୍ଶନ କରିଥିଲେ। ବିଧାନସଭାର ଶୀତକାଳୀନ ଅଧିବେଶନରେ ମଧ୍ୟ ତୀବ୍ର ହଟ୍ଟଗୋଳ ଓ ହଙ୍ଗାମା କରିଥିଲେ। ଏହି ମାମଲା ଏବେ ହାଇକୋର୍ଟରେ ବିଚାରାଧୀନ ଅଛି।