କଟକ: ବହୁଚର୍ଚ୍ଚିତ ଜୟଶ୍ରୀ ମିଶ୍ର ହତ୍ୟା ମାମଲାରେ ଓଡ଼ିଶା ହାଇକୋର୍ଟ ମୁଖ୍ୟ ଅଭିଯୁକ୍ତ ବସନ୍ତ ପଣ୍ଡାର ଜାମିନ ଆବେଦନ ଖାରଜ କରିଛନ୍ତି। ମାମଲାର ବିଚାର କରି ଜଷ୍ଟିସ୍ ସଂଗ୍ରାମ କୁମାର ସାହୁ ଅଭିଯୁକ୍ତ ବସନ୍ତର ଜାମିନ ଆବେଦନକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ଗତ ୨୦୨୦ ଅକ୍ଟୋବର ୧୨ତାରିଖରେ ସମ୍ବଲପୁର ଜିଲ୍ଲା କୋର୍ଟରେ ବସନ୍ତର ଜାମିନ ଖାରଜ ହୋଇଥିଲା। ଏହା ପୂର୍ବରୁ ଗତ ବର୍ଷ ଅଗଷ୍ଟ ୩ରେ ମଧ୍ୟ ଓଡ଼ିଶା ହାଇକୋର୍ଟ ଅଭିଯୁକ୍ତର ଜାମିନ ଖାରଜ କରିଥିଲେ। ଅଭିଯୁକ୍ତ ବସନ୍ତ ଜୟଶ୍ରୀଙ୍କ ସମ୍ପର୍କୀୟ ଭିଣୋଇ। ଗତ ୨୦୧୧ ମସିହା ଜୁନ୍ ମାସରେ ସେ ଜୟଶ୍ରୀଙ୍କୁ ହତ୍ୟା କରି ନିଜ ଗାଁ ନିକଟରେ ପୋତି ଦେଇଥିଲା। ସମ୍ବଲପୁର ପୁଲିସ ୪ ମାସ ବିଳମ୍ବରେ ଏହାକୁ ଏକ ନିଖୋଜ ମାମଲା କହି ଚୁପ ବସି ପଡ଼ିଥିଲା। କିନ୍ତୁ ମା’ଙ୍କ ନିଖୋଜ ହେବାକୁ ଗ୍ରହଣ କରି ନଥିବା ତାଙ୍କ ଝିଅ ତଥା ଜେଏନ୍ୟୁର ଗବେଷିକା ବିଜୟିନୀ ମିଶ୍ର।
ସେ ଘଟଣାର ଅନୁସନ୍ଧାନରେ ସବୁ କିଛି ଏକ କରି ଦେଇଥିଲେ। ଦୀର୍ଘ ୮ ବର୍ଷ ପରେ ୨୦୧୯ ମସିହାରେ ଜୟଶ୍ରୀଙ୍କୁ ହତ୍ୟା କରାଯାଇଥିବା ପ୍ରମାଣ ମିଳିଲା ଓ ପୁଲିସ୍ ଏହାକୁ ଏକ ହତ୍ୟା ମାମଲାରେ ପରିବର୍ତ୍ତିତ କରି ଅଭିଯୁକ୍ତ ବସନ୍ତ ପଣ୍ଡାକୁ ଗିରଫ କରିଥିଲା। ସେହି ଦିନଠୁ ମୁଖ୍ୟ ଅଭିଯୁକ୍ତ ଜେଲ୍ରେ ଥିଲେ ବି ଘଟଣାରେ ସହାୟତା କରିଥିବା ଅନ୍ୟମାନେ ଏବେ ବି ଖୋଲାରେ ବୁଲୁଛନ୍ତି। ନିଜ ମା’ ଙ୍କୁ ନ୍ୟାୟ ଦେବା ପାଇଁ ବିଜୟିନୀ ନିଜର ସଂଘର୍ଷ ଜାରି ରଖିଛନ୍ତି।
ବହୁଚର୍ଚ୍ଚିତ ଜୟଶ୍ରୀ ମିଶ୍ର ହତ୍ୟା ମାମଲାରେ ପୁଣି ମୁଖ୍ୟ ଅଭିଯୁକ୍ତର ଜାମିନ ଆବେଦନ ଖାରଜ
/sambad/media/post_attachments/wp-content/uploads/2021/05/high-court-new-india-express.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)