ଦଶରଥପୁର: ଲୋକମାନଙ୍କ ଧନସମ୍ପତ୍ତିକୁ ସୁରକ୍ଷା ରଖିବା ପାଇଁ ସରକାର ପ୍ରତିବର୍ଷ କୋଟିକୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ମାତ୍ର ଠିକାଦାରଙ୍କ ମନମୁଖୀ କାର୍ଯ୍ୟ ଏବଂ ବିଭାଗୀୟ ଅଧିକାରୀଙ୍କ ଅବହେଳା ପାଇଁ କୋଟି କୋଟି ଟଙ୍କା ପାଣିରେ ପଡୁଛି। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକରେ। ଏହି ବ୍ଲକ୍ର ଦୁଦୁରାଅନ୍ତା ପଂଚାୟତ କୁଅଁରସାହି ଠାର ବୈତରଣୀ ନଦୀ ବନ୍ଧ ପ୍ରାୟ ୬୦ ଫୁଟ ଧସିଯାଇଛି। ଫଳରେ ଲୋକମାନେ ଆତଙ୍କିତ ଅବସ୍ଥାରେ ରହିଛନ୍ତି । କେତେବେଳେ କଣ ହେବ କହିବା ସମ୍ଭବ ନୁହେଁ। ବନ୍ଧଟି ଫାଟି ଧସିବା ଫଳରେ ବିଭାଗ ପକ୍ଷରୁ ଦୋଷତ୍ରୁଟି ଲୁଚାଇବାକୁ ଯାଇ ଫାଟିଥିବା ସ୍ଥାନରେ ମାଟି ଏବଂ ବାଲି ପକାଇ କଳାପାଳ ପକାଇ ଲୁଚାଇ ରଖାଯାଇଛି।
/sambad/media/post_attachments/wp-content/uploads/2023/08/5d67b89f-2dcf-4450-9472-7110391476e7-1024x458.jpg)
ସୂଚନାଥାଉକି ଚଳିତ ବର୍ଷ ବୈତରଣୀ ନଦୀ ସୁଦୃଢୀକରଣ ପାଇଁ ପ୍ରାୟ ୧୩ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି । ମାତ୍ର ଠିକାଦାରଙ୍କ ଅତିନିମ୍ନମାନର କାର୍ଯ୍ୟ ଏବଂ ଜଳସମ୍ପଦ ବିଭାଗର ଅଧିକାରୀମାନଙ୍କର ଅବହେଳା, ଲାଭଖୋର ମନଭାବ ପାଇଁ ଏଭଳି ସମସ୍ୟା ହୋଇଥିବା ଜଣାପଡିଛି । ଏବିଷୟରେ ବିଭାଗୀୟ ସହକାରୀଯନ୍ତ୍ରୀ ଅରୁଣ କୁମାର ତ୍ରୀପାଠୀଙ୍କୁ ପଚାରିବାରେ ବନ୍ଧ ସମ୍ପୂର୍ଣ୍ଣ ସୁରକ୍ଷିତ ରହିଛି, କେବଳ କ୍ରାକ ହଇଛି ବୋଲି ସୂଚନା ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/08/669f6581-1dfe-4879-a0af-501858279791.jpg)